fbpx

ନିଆଁ ଲିଭାଇବାକୁ ଯାଇ ନିଜେ ଲିଭିଗଲେ: ବିଦ୍ୟୁତ ତାର ନେଲା ମା’ ଓ ପୁଅଙ୍କ ଜୀବନ

ଯାଜପୁର, ୨୧ା୩ (ଓଡିଶା ଭାସ୍କର): ବିଦ୍ୟୁତ ତାରରେ ଲାଗି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରିରେ ପଡ଼ୋଶୀଙ୍କ ଘରେ ନିଆଁ ଲାଗିଥିଲା ।  ମା’ ଓ ପୁଅ ପଡ଼ୋଶୀଙ୍କ ଘରକୁ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ ଲାଗି ବିଦ୍ୟୁତ ସର୍ଭିସ୍ ତାର ତଳେ ଛିଣ୍ଡି ପଡ଼ିଥିଲା । ଉଭୟ ତାର ସଂସ୍ପର୍ଶରେ ଆସିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Get real time updates directly on you device, subscribe now.