ମାଆକୁ ନିଜ ସ୍ତ୍ରୀ କଲା ପୁଅ, ଘରୁ ପଳାଇ ଆସି କୋର୍ଟରେ କଲା ବିବାହ
ମା-ପୁଅ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଏଠି ଜଣେ ମହିଳା ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି ।
ହରିୟାଣା: ଡିଜିଟାଲ୍ ଯୁଗରେ, ଲୋକମାନେ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି ଯେ ସେମାନେ ନା ସମ୍ପର୍କକୁ ସମ୍ମାନ ଦିଅନ୍ତି ନା ପରିବାରକୁ । । ଆଧୁନିକତାର ଦୌଡ଼ରେ ଦୌଡ଼ୁଥିବା ଲୋକମାନେ ସୀମା ପାର କରୁଛନ୍ତି । ଏବଂ ଏପରି କାମ କରୁଛନ୍ତି ଯାହାକୁ ସମାଜ ମଧ୍ୟ ଅନୁମତି ଦିଏ ନାହିଁ । ଏପର୍ଯ୍ୟନ୍ତ ଆପଣ ଭାଇ-ଭଉଣୀଙ୍କ ବିବାହର ଖବର ଶୁଣିଥିବା କିମ୍ବା ପଢ଼ିଥିବେ, କିନ୍ତୁ ହରିୟାଣାର ନୁହରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।
ମା-ପୁଅ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ଏଠି ଜଣେ ମହିଳା ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି । କୁହାଯାଉଛି ଯେ, ମହିଳା ଯାହାକୁ ବିବାହ କରିଛନ୍ତି, ସେ ତାଙ୍କର ନାବାଳକ ପୁଅ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଅବୈଧ ସମ୍ପର୍କ ଥିଲା । ବହୁତ ଦିନ ଧରି ପ୍ରମ ସମ୍ପର୍କ ରହିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କୋର୍ଟରେ ବିବାହ କରିଥିଲେ । ଏବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି। ଯଦିଓ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, କିନ୍ତୁ ଉଭୟ ପ୍ରାପ୍ତବୟସ୍କ ବୋଲି ଜଣାପଡ଼ିବା ପରେ ପୋଲିସ ଉଭୟଙ୍କୁ ରିଲିଜ କରିଦେଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ହରିୟାଣାର ନୁହ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀରଙ୍କ ମୃତ୍ୟୁ ହୋଇଥିଲା। ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ବିବାହ କରିଥିଲେ ଓ ତାଙ୍କ ନାବାଳକ ପୁଅ ସହିତ ଘରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନାବାଳକ ପୁଅ ଓ ସାବତ ମାଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ, ଉଭୟ ପଳାଇ ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଘରୁ ଅଳଙ୍କାର ଓ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇ କୋର୍ଟରେ ବିବାହ କରିଥିବା ଜଣାପଡ଼ିଛି ।
ଏନେଇ ମହିଳାଙ୍କ ସ୍ୱାମୀ ପୋଲିସରେ ଅଭିଯୋଗ କରିଛନ୍ତି । କିନ୍ତୁ ଉଭୟ କୋର୍ଟରେ ସେମାନଙ୍କର ପ୍ରାପ୍ତବୟସ୍କ ହେବାର ପ୍ରମାଣ ଦେଇ ଉଭୟ ବିବାହ କରିଥିବାରୁ ପୋଲିସ ବ୍ୟକ୍ତିଙ୍କ ଅଭିଯୋଗରୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି, ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯିବ।