fbpx
BSKY
BJD MC SKY
BJD MS SKY

ପୁଅକୁ ରକ୍ଷା କରି ପାରିଲାନି ମା’ର ପଣତ: ଉଭୟଙ୍କୁ ମାରି ଘର ଭିତରେ ଜାଳିଦେଲା ଡାକ୍ତର

ଓଡ଼ିଶା ଭାସ୍କର: ଏଇ ମା’ ପୁଅକୁ, ଡାକ୍ତର ମାରିଦେଇ ଜାଳି ଦେଇଛି । ଆଉ ସେହି ଘରେ ମା’ ପୁଅ ଏକାଠି ପୋଡି ପାଉଁଶ ହୋଇ ଯାଇଛନ୍ତି । ଯେତେବେଳେ ଡାକ୍ତର ମା’ ପୁଅକୁ ଜିଅନ୍ତା ପୋଡି ଦେଉଥିଲା, ସେତେବେଳେ ଏଇ କଅଁଳ ଛୁଆଟା ମା’ କୋଳରେ ଥିଲା, ଆଉ ମା’କୁ ଜାବୁଡି ଧରିଥିଲା । ମା’ ମଧ୍ୟ ଅନେକ ଚେଷ୍ଠା କରିଥିଲା ପୁଅକୁ ବଞ୍ଚାଇବା ପାଇଁ, ଆଉ ତା ପଣତରେ ପୁଅକୁ ଘୋଡାଇ ଦେଇଥିଲା । ହେଲେ ଏ ଅମାନିଆ ନିଆଁଟା, ମା’ ପୁଅକୁ ଜାଳି ଦେଇଥିଲା । ଘର ସାରା ଯୁଆଡେ ଦେଖିବ ନିଆଁ, ଆଉ ସେହି ନିଆଁରେ ଏ ମା’ ପୁଅ ଏକାଠି ଦଗ୍ଧ ହୋଇଗଲେ । ହଁ ଆଜ୍ଞା ଏଇ ଡାକ୍ତର ମା’ ପୁଅକୁ ଜାଳି ଦେଇଛନ୍ତି ।

ସୂଚନା ମୁତାବକ, ଏ ମହିଳାଙ୍କ ନାଁ ହେଉଛି ଦୀପା । ଆଉ ଏ ଡାକ୍ତରଙ୍କ ନାଁ ହେଉଛି ସୁଦୀପ । ଉଭୟ ଗୋଟିଏ କ୍ଲିନିକରେ କାମ କରନ୍ତି । ଦୀପା ରିସେପ୍ସନ କାଉଣ୍ଟରରେ ବସନ୍ତି । ଡାକ୍ତର ତାଙ୍କୁ ଭଲପାଇ ବସିଲେ, ଦୀପା ବି ମଧ୍ୟ ଡାକ୍ତର ବାବୁଙ୍କୁ ଭଲ ପାଇଲେ । ଯେତେବେଳେ ଡାକ୍ତରଙ୍କ ସ୍ତ୍ରୀ ଏକଥା ଜାଣିବାକୁ ପାଇଲେ, ଘରେ କଳହ ଲାଗି ରହିଲା । ଡାକ୍ତର ଓ ଡାକ୍ତରଙ୍କ ସ୍ତ୍ରୀ ଉଭୟ, ଦୀପା ଓ ତାଙ୍କ ୬ ବର୍ଷର ପୁଅକୁ ଘର ଭିତରେ ତାଲା ପକାଇ ଜୀବନ୍ତ ଦଗ୍ଧ କରିଦେଲେ । ତାପରେ ଏହି ଡାକ୍ତର ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଥିଲା । ସ୍ୱାମୀ ସ୍ତ୍ରୀ ଯେତେବେଳେ ଜେଲରୁ ଫେରିଲେ, ଦୀପାଙ୍କ ଭାଇ ପ୍ରତିଶୋଧ ପାଇଁ, ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ରାସ୍ତା ମଝିରେ ଗୁଳି କରିଦେଲେ । ଏବେ ଦୀପା ଭାଇଙ୍କୁ ପୋଲିସ ଗିରଫ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଥିଲା, ରାଜସ୍ଥାନର ଭରତପୁର ଅଂଚଳରେ ।

Get real time updates directly on you device, subscribe now.