fbpx

(Video) ସୁରକ୍ଷିତ ଭାବେ ଇସ୍ରାଏଲରୁ ଭାରତ ଫେରିଲେ ବଲିଉଡ ଅଭିନେତ୍ରୀ ନୁସ୍ରତ ଭରୁଚା

ନୂଆଦିଲ୍ଲୀ: ଇସ୍ରାଏଲ ଓ ଫିଲିସ୍ତୀନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବହୁ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଏହି ଆକ୍ରମଣ ଫଳରେ ବର୍ତ୍ତମାନ ହଜାର ହଜାର ଜଣକ ଜୀବନ ଚାଲିଯାଇଥିବା ଖବର ରହିଛି । ତେବେ ଏହି ଯୁଦ୍ଧ ଭିତରେ ଭାରତୀୟ ଅଭିନେତ୍ରୀ ନୁସ୍ରତ ଭରୁଚା ଇସ୍ରାଏଲରେ ଫଶି ରହିଥିବା ବେଳେ ଏବେ ସେ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି ।

ଅଭିନେତ୍ରୀ ନୁଶରତ ଆଜି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛନ୍ତି। ଏକ ଭିଡିଓରେ ଅଭିନେତ୍ରୀ ବିମାନବନ୍ଦରରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ନୁଶରତ ବହୁତ ବିବ୍ରତ ଦେଖାଯାଉଛନ୍ତି । ସେ ବିମାନବନ୍ଦରରୁ ବାହାରକୁ ଆସୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ନ ଥିଲେ। ମୁଁ ବର୍ତ୍ତମାନ ବହୁତ ବିବ୍ରତ, ମୋତେ ଘରେ ପହଞ୍ଚିବାକୁ ଦିଅ ବୋଲି କେବଳ ଏତିକି କହି ସେ ସେହି ଯାଗାରୁ ଚାଲିଯାଇଥିଲେ।

ସୂଚନା ଅନୁଯାୟୀ, ବଲିଉଡ ଅଭିନେତ୍ରୀ ନୁସ୍ରତ ଭରୁଚା ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଭାଗ ନେବାକୁ ଇସ୍ରାଏଲ ଯାଇଥିଲେ । ମାତ୍ର ଫେରିବା ପୂର୍ବରୁ ସେଠାରେ ସେ ଫଶି ରହିଯାଇଥିଲେ । ୭ ତାରିଖ ଦ୍ୱିପ୍ରହର ପାଖାପାଖି ୧୨.୩୦ ସମୟରେ ଶେଷ ଥର ପାଇଁ ନୁସ୍ରତଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ସମୟରେ ସେ ଏକ ବେସମେଣ୍ଟରେ ସୁରକ୍ଷିତ ଭାବେ ରହିଥିଲେ । ଏହାର ଦୁଇ ଦିନ ପରେ ଆଜି ସେ ସୁରକ୍ଷିତ ଭାବେ ଭାରତ ଫେରିଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.