fbpx

ଅମୂଲ ପରେ ଏବେ MOTHER DAIRY ବଢ଼ାଇଲା ଦୁଗ୍ଧର ଦାମ୍, ଜାଣନ୍ତୁ କେତେ ହେଲା

ନୂଆଦିଲ୍ଲୀ: କରୋନା କାଳରେ ଗୋଟିଏ ପରେ ଗୋଟିଏ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ଯେଉଁଥିପାଇଁ ସାଧାରଣ ଲୋକ ଏବେ ହନ୍ତସନ୍ତ ହେବାରେ ଲାଗିଲେଣି । ତେବେ ଇତି ମଧ୍ୟରେ ଏବେ ପୂଣି ଥରେ ଖାଉଟିଙ୍କୁ ଆଉ ଗୋଟିଏ ଝଟକା ଲାଗିଛି । କାରଣ ମଦରଡେରୀ ଜୁଲାଇ ୧୧ରୁ ଦିଲ୍ଲୀ-ଏନସିଆର୍ ରେ ନିଜର କ୍ଷୀରର ଦାମ୍ ଲିଟର୍ ପିଛା ୨ଟଙ୍କା ବୃଦ୍ଧି କରିଛି । ସେ ନିଜର ନୁତନ ଦାମ୍ ଘୋଷଣା କରିଛି ।

ତେବେ ମଦରଡେରୀ ପୂର୍ବରୁ ଜୁଲାଇ ୧ ତାରିଖରେ ଅମୂଲ ନିଜର କ୍ଷୀରର ଦାମ୍ ବଢ଼ାଇଥିଲା । ସେ ମଧ୍ୟ ଲିଟର୍ ପିଛା ୨ ଟଙ୍କା ବଢ଼ାଇଦେଇଥିଲା । ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର୍ ଡେରୀ ଦିଲ୍ଲୀ ଏନସିଆରେ ନୁତନ ମୁଲ୍ୟ ରବିବାରଠାରୁ ଲାଗୁ କରିବ । ପୂର୍ବରୁ କମ୍ପାନୀ ୨୦୧୯ ରେ ଦାମ୍ ବଢ଼ାଇଥିଲା । ଦିଲ୍ଲୀରେ ମଦରଡେରୀ ପ୍ରାୟ ୩୦ ଲକ୍ଷ ଲିଟର୍ ରୁ ଅଧିକ କ୍ଷୀର ବିକ୍ରି କରିଥାଏ ।

ଗତବର୍ଷ ଠାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସଙ୍କଟ କାରଣରୁ ଦୁଗ୍ଧ ଉତ୍ପାଦନରେ ଅନେକ କ୍ଷୟକ୍ଷତି ଘଟିଛି । ତେଣୁ ସବୁକିଛିର ଦରଦାମ୍ ବୃଦ୍ଧି ପାଇବା ସହିତ ଦୁଗ୍ଧର ଦାମ୍ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.