fbpx

ସମ୍ପତ୍ତି ଲୋଭରେ ଘୋଷାଡ଼ି ପିଟୁଛି ବୋହୂ, କାନ୍ଦି ନୟାନ୍ତ ହେଲେଣି ଶାଶୂ

ବଲାଙ୍ଗୀର(ଓଡ଼ିଶା ଭାସ୍କର): ସବୁଜ ଶାଢ଼ି ପିନ୍ଧିଥିବା ବୋହୂ କିନ୍ତୁ ମନରେ ରାଗି ପୂରା ଲାଲ୍ । ଶାଶୂକୁ ଦେଉଛନ୍ତି ନିର୍ଯାତନା । ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଶାଶୂକୁ ନାକେଦମ୍ କରିସାରିଲେଣି । ଏଭଳି ଅଭିଯୋଗ ଆସିଛି ବଲାଙ୍ଗୀର ଅଞ୍ଚଳରରୁ ।

ଅଭିଯୋଗ ଅନୁସାରେ ଶାଶୂ ସାଙ୍ଗରେ ବାରମ୍ବାର କଳି କରିଥାଏ ବୋହୂ । ଆଉ ଶାଶୂକୁ ଅତି ନିର୍ଦୟ ଭାବେ ମାଡ଼ ମାରୁଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏହି ଘଟଣା ପରେ ମାଡ଼ ଖାଉଥିବା ମହିଳାଙ୍କ ଆଉ ଜଣେ ପୁଅ ଶ୍ରୀକାନ୍ତ ରାଉତ ଯାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ସ୍ୱାମୀଙ୍କ ଦେହାନ୍ତ ପରେ ଶାଶୂ ନାଁରେ ଥିବା ସମ୍ପତ୍ତି ନିଜ ନାଁରେ କରିବା ପାଇଁ ଶାଶୂଙ୍କୁ ମାଡ଼ ମାରୁଛି ବୋହୂ ବୋଲି ଶାଶୂ ସାବ୍ରିତ୍ରୀ ରାଉତ ଅଭିଯୋଗ କରିଛନ୍ତି ।

ଘଟଣାଟି ଗତ ଜୁଲାଇ ୧୧ ତାରିରେ ଘଟିଥିଲା । ଅତି ଅମାନୁଷିକ ଭାବରେ ବୋହୂ ମଞ୍ଜୁଲତା ରାଉତଙ୍କ ସମେତ ତାଙ୍କ ମା’ ମୁକ୍ତା ଠାକୁର ଓ ବାପା ଡାକ୍ତର ଠାକୁରୁ ମିଶି ବୃଦ୍ଧା ଶାଶୂ ସାବିତ୍ରୀଙ୍କୁ ନିର୍ଘାତ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ବଲାଙ୍ଗୀର ଟାଉନ ଥାନାରେ ଗତ ୧୧ ତାରିଖରେ ମାମଲା ରୁଜୁ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ପୀଡ଼ିତା ଶାଶୂ ବଲାଙ୍ଗୀର ଏସପିଙ୍କୁ ନିଜର ଗୁହାରୀ ଜଣାଇ ନ୍ୟାୟ ମାଗିଛନ୍ତି ।

Get real time updates directly on you device, subscribe now.