fbpx

ସଇତାନ୍ ମା’: କ୍ଷୀର ପିଇବାକୁ ଜିଦ୍ କରିବାରୁ ପୁଅକୁ ଚଟାଣରେ ଫିଙ୍ଗିଦେଲା, ଆଖି ବୁଜିଲା ଗୋଟିଏ ବୋଲି ସନ୍ତାନ

କୋରବା: ଦୁନିଆରେ ମା’ର ମମତା ଠାରୁ ଆଉ କିଛି ବି ବଡ଼ ନୁହେଁ । ହେଲେ ଛତିଶଗଡ଼ରୁ ଏକ ଏପରି ମାମଲା ସାମନାକୁ ଆସିଛି ଯାହାକୁ ଶୁଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ମାଆ ନିଜ ପୁଅକୁ ରାଗରେ ଆସି ଚଟାଣରେ ପିଟି ଦେଇଛି । ଫଳରେ ତାର ମୃତ୍ୟୁ ହୋଇଯାଇଛି । ପୋଲିସ୍ ମୃତକର ମାଆକୁ ଗିରଫ କରିଛି ।

ପୋଲିସ୍ ର ସୂଚନା ମୁତାବକ, ବୁଧବାର ଦିନ ଛତିଶଗଡ଼ର କୋରବା ଜିଲ୍ଲାରେ ବାଲକୋ ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ପୁଅ ସାତ୍ୱିକ ରାଓ କ୍ଷୀର ପିଇବାରୁ ଜିଦ୍ ଧରିବସିଥିଲା । ତେଣୁ ମାଆ ପ୍ରମିଳା ରାଓ(୩୨) ତାକୁ ଚଟାଣରେ ପିଟି ଦେଇଥିଲା । ଫଳରେ ତାର ମୃତ୍ୟୁ ହୋଇଯାଇଥିଲା । ମୃତକ ସାତ୍ୱିକ୍ ବାରମ୍ବାର କ୍ଷୀର ପିଇବାକୁ ଜିଦ୍ କରିଥିଲା । ତେଣୁ ପ୍ରମିଳା ଖୁବ୍ ଜୋରରେ ରାଗି ଯାଇଥିଲେ ।

ଆଉ ରାଗରେ ଆସି ଚଟାଣରେ ପୁଅକୁ ଫୋପାଡ଼ି ଦେଇଥିଲେ । ଏହାପରେ ପୁଅର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଇଥିଲା । ତେଣୁ ସମ୍ପର୍କୀୟ ମାନେ ତାକୁ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଘଟଣା ସମୟରେ ମହିଳାଙ୍କ ଶାଶୁ ଓ ଶ୍ୱଶୁର ସେଠାରେ ଉପସ୍ଥିତ ଥିଲେ ଓ ତାର ସ୍ୱାମୀ କାମରେ ବାହାରକୁ ଯାଇଥିଲେ । ତେବେ ପୋଲିସ୍ ଏହା ମଧ୍ୟ କହିଛି ଯେ, ୨୦୧୪ ମସିହାରୁ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ତେଣୁ ତାଙ୍କର ଏବେ ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.