କଳିକାଳ ପ୍ରେମ: ଝିଅର ଶଶୁର ସହ ଫେରାର୍ ହେଲା ୪ ପିଲାର ମା’, ଜନ୍ମକଲା ମା’ ହେଲା ଝିଅର ଶାଶୁ
ନିଜ ଝିଅ ସଂସାର ଛାରଖାର୍ କଲା ଜନ୍ମଦାତ୍ରୀ । ଘରୁ ଟଙ୍କା, ସୁନା ନେଇ ଫେରାର୍ ।
ବଦାୟୁନ: ଉତ୍ତର ପ୍ରଦେଶରେ ଜଣେ ମା’ ନିଜ ଭାବି ଜ୍ୱାଇଁ ସହିତ ଫେରାର୍ ହେବା ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ବଦାୟୁନର ମମତା ସମୁଦି ପ୍ରେମରେ ପଡ଼ି ଘର ଛାଡ଼ି ପଳାଇଛନ୍ତି ।
ଏ ନେଇ ମମତାଙ୍କ ସ୍ୱାମୀ ସୁନୀଲ କୁମାର ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଟ୍ରକ ଡ୍ରାଇଭର ଭାବେ କାମ କରୁଥିବାରୁ ମାସକୁ ମାସ ଘରକୁ ଟଙ୍କା ପଠେଇଦିଅନ୍ତି । ମାସକୁ ଅତିବେଶୀରେ ୨ଥର ସେ ଘରକୁ ଆସିପାରନ୍ତି ।
ସୁନୀଲ ଘରେ ନ ଥିବାବେଳେ ମମତା ତାଙ୍କ ସମୁଦିକୁ ଘରକୁ ଡାକନ୍ତି । ତେବେ ଭଉଣୀର ଶଶୁର ସହ ମା’ର ଅନୈତିକ ସମ୍ପର୍କ ଥିବା ପୁଅ ମଧ୍ୟ କହିଛି । ଘରେ କେହି ନ ଥିବାବେଳେ ଉଭଣୀର ଶଶୁର ଘରକୁ ଆସନ୍ତି ଏବଂ ମା’ ପିଲାମାନଙ୍କୁ ଅଲଗା ରୁମକୁ ପଠାଇ ଦିଏ ବୋଲି ତାଙ୍କ ପୁଅ ସଚିନ୍ କହିଛନ୍ତି ।
ମମତାଙ୍କ ବୟସ ୪୩ ବର୍ଷ । ତାଙ୍କର ୪ ପିଲାପିଲି ଥିବାବେଳେ ୨୦୨୨ରେ ସେ ତାଙ୍କ ବଡ଼ ଝିଅ ବାହାଘର କରିଥିଲେ । ସମୟ ବିତିବା ପରେ ମମତା ତାଙ୍କ ଝିଅର ଶଶୁର ପ୍ରେମରେ ପଡ଼ିଲେ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଲା ।
ଝିଅର ଶଶୁର ଶୈଳେନ୍ଦ୍ର(୪୬) ରିତିମତ ମମତାଙ୍କ ପାଖକୁ ଆସିବାରେ ଲାଗିଲେ । ୨ ଦିନ ପୂର୍ବରୁ ମମତା ଓ ଶୈଳେନ୍ଦ୍ର ଫେରାର୍ ହୋଇଯାଇଛନ୍ତି । ମମତା ତାଙ୍କ ଘରୁ ସବୁ ଟଙ୍କା ଓ ସୁନା ଗହଣା ନେଇ ଯାଇଥିବା ସୁନୀଲ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମମତା ଓ ଶୈଳେନ୍ଦ୍ରଙ୍କର କୌରସି ପତ୍ତା ପାଇନାହିଁ ପୋଲିସ ।