fbpx

ତିନିଟି ଛୁଆର ମା’କୁ ହେଇଗଲା ପ୍ରେମ, ଘରସଂସାର ଛାଡ଼ି ପ୍ରେମିକ ସହ ଫେରାର୍

ଅମ୍ଲୋଡ଼ା: ତିନିଟି ଛୁଆ ଓ ସ୍ୱାମୀଙ୍କ ସହିତ ଖୁସିରେ ଥିଲେ ପରିବାର । ହେଲେ ଏହି ତିନିଟି ଛୁଆଙ୍କ ମାଆଙ୍କୁ ଜଣେ ଯୁବକଙ୍କ ସହିତ ପ୍ରେମ ହେବା ପରେ ସେ ଫେରାର୍ ହୋଇଯାଇଛନ୍ତି । ହେଲେ ଉକ୍ତ ମହିଳାଙ୍କ ସ୍ୱାମୀ ଫେରାର୍ ହେବାବେଳେ ଧରିବାରେ ସଫଳ ହୋଇଛନ୍ତି । ଏହିଭଳି ଏକ ମାମଲା ଦେଖିବାକୁ ମିଳିଛି ଅମ୍ଲୋଡ଼ା ନଗରର ଧାରାନୈଲା ଠାରେ । ତେବେ ଯେଉଁ ଯୁବକଙ୍କ ସହିତ ଫେରାର୍ ହେଉଥିଲେ ତାକୁ ପୋଲିସ୍ ଗିରଫ କରିଛି ।

ସୂଚନା ମୁତାବକ, ଧାରାନୌଲାରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ(୩୫) କିଛି ଦିନ ତଳେ ଘରୁ ଗାୟବ ହୋଇଯାଇଥିଲେ । ପତ୍ନୀ ତାଙ୍କ ତିନିଟି ଛୁଆଙ୍କୁ ଛାଡ଼ି ନିଜ ପ୍ରେମିକଙ୍କ ସହ ଫେରାର୍ ହୋଇଯାଇଥିଲେ । ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ବହୁ ଖୋଜିବା ପରେ ବି ପାଇଲେନି । ହେଲେ ଶନିବାର ଦିନ ତାଙ୍କ ଖବର ମିଳିବା ପରେ ଜଣାପଡ଼ିଥିଲା ଯେ, ସେ ଜଣେ ଯୁବକଙ୍କ ସହିତ ଫେରାର୍ ହୋଇଯାଇଥିଲେ ।

ଏହାପରେ ସ୍ୱାମୀ ଓ ପିଲାମାନେ ମହିଳାଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ଥିବା ଯୁବକଙ୍କ ସହ ମହିଳାଙ୍କ ସ୍ୱାମୀ ଖୁବ୍ ଝଗଡ଼ା କରିବା ସହିତ ହାତ ଉଠାଇବା ପର୍ଯ୍ୟନ୍ତ କଥା ଯାଇଥିଲା । ପରେ ପୋଲିସ୍ ପ୍ରେମିକଙ୍କୁ ଗିରଫ କରିବା ସହିତ ମହିଳାଙ୍କୁ ସ୍ୱାମୀଙ୍କ ସହ ଘରକୁ ପଠାଇଛି ।

Get real time updates directly on you device, subscribe now.