fbpx

ରାଜ୍ୟରେ ଜନ୍ମ ନେଲା ବିରଳ ଦୁଇ ମୁଣ୍ଡିଆ ଶିଶୁ; ଏକ ଘଣ୍ଟାରେ ଆଖି ବୁଜିଲେ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଅନ୍ତର୍ଗତ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ର୍ୟକେନ୍ଦ୍ରରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଏକ ଦୁଇ ମୁଣ୍ଡିଆ ଶିଶୁ ଜନ୍ମ ନେଇଥିବା ବେଲେ ଜନ୍ମର ମାତ୍ର ଏକ ଘଣ୍ଟା ମଧ୍ୟରେ ଆଖି ମଧ୍ୟ ବୁଜିଥିଲେ । ଶନିବାର ସକାଳ ୬ଟା ସମୟରେ ଏହି ଶିଶୁଟି ଜନ୍ମ ନେଇଥିଲା । ଜନ୍ମ ହେବା ସମୟରେ ଶିଶୁଟି ଦୁଇଟି ମୁଣ୍ଡ ସହିତ ଜନ୍ମ ନେଇଥିଲା ।
ତେବେ ଜନ୍ମ ହେବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଶିଶୁଟିର ପ୍ରାଣହାନି ଘଟିଥିଲା । ଏଭଳି ବିରଳ ଘଟଣା ଓଡ଼ିଶାରେ ପ୍ରଥମ ଥମର ପାଇଁ ଏହି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବଳ ଭିଡ ଜମିଥିଲା । ଏହି ଘଟଣାକୁ ଏକ ଜେନେଟିକ୍ ରୋଗ ଭାବରେ ବିବେଚନା କରାଯାଇଥାଏ । ଶିଶୁଟିର ମୃତ୍ୟୁ ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ମାହୋଲ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.