fbpx

ମା’ର କ୍ଷୀର ଅଚାନକ୍ ହୋଇଗଲା ଗୋଲାପୀ, ଆଶ୍ଚର୍ଯ୍ୟ ହୋଇ ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ଦୁନିଆରେ ମା’ ହେବାର ଅନୁଭୂତି ହିଁ ନିଆରା । ନିଜ ପେଟରେ ୯ ମାସ ଧରି ରଖିବା ଓ ଜନ୍ମ ହେବା ପରେ କୋଳରେ ଧରିବାକୁ ସବୁ ମା’ ମାନେ ନିଜର ସୌଭାଗ୍ୟ ବୋଲି ମନେ କରନ୍ତି । କିନ୍ତୁ ପ୍ରଥମ ଥର ପାଇଁ ମା ହୋଇଥିବା ଜଣେ ମହିଳା ନିଜ ଛୁଆକୁ କ୍ଷୀର ପିଆଇବାକୁ ଯାଉଥିବା ବେଳେ ଡରିଥିଲେ । କାରଣ ତାଙ୍କ କ୍ଷୀର ଅଚାନକ୍ ଗୋଲାପୀ ହୋଇଥିବା ମହିଳା ଦେଖିବାକୁ ପାଇଥିଲେ । କ୍ଷୀର ରଙ୍ଗ ପରିବର୍ତ୍ତନ ଦେଖି ସେ ନିଜ ଛୁଆକୁ ଖୁଆଇବାରେ ଡରିଥିଲେ ।

ଜୋ ଜନସନ୍ ଓବରବୀ ନାମକ ଜଣେ ମହିଳା ନିଜ ଛୁଆକୁ ସ୍ତନ୍ୟପାନ କରିବାର ପାଖାପାଖି ୬ ସପ୍ତାହ ବିତିସାରିଥିଲା । ଏହା ପରେ ମହିଳାଙ୍କ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପୀ ହୋଇଥିଲା । ଭାଇରାଲ ହେଉଥିବା ଭିଡିଓରେ ମହିଳା କହିଛନ୍ତି ଯେ, ‘କେହି ବି ମୋତେ କହିନଥିଲେ କି ପିଲାଜନ୍ମ ପରେ ମୋ କ୍ଷୀର ରଙ୍ଗ ବଦଳିଯିବ ।’ ଭାଇରାଲ ହୋଇଥିବା ଏହି ଭିଡିଓକୁ ୧ କୋଟି ୨୦ ଲକ୍ଷରୁ ଅଧିକ ଥର ଦେଖାସରିଛି ।

ମହିଳା ଭିଡିଓରେ ଏକ ଜରିରେ ଗୋଲାପୀ ରଙ୍ଗର କ୍ଷୀରକୁ ଦେଖାଇଛନ୍ତି । ଲୋକଙ୍କୁ ପଚାରିବାରୁ କେତେକ ଉତ୍ତର ଦେଇଥିଲେ ଯେ, ‘ଶରୀରରେ ରକ୍ତର ମାତ୍ରା ହିସାବରେ କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇଛି ।’

Get real time updates directly on you device, subscribe now.