fbpx

ଡ୍ରେସ୍ ଅସନା ଓ ବହି ହଜାଇ ଦେବାରୁ ପୁଅର ଗଳାକାଟି ମାରିଦେଲା ଜନ୍ମକଲା ମା’

Advertisement

ନୂଆଦିଲ୍ଲୀ: ଗୁରୁଗ୍ରାମରୁ ଏକ ହୃଦୟ ବିଦାରକ ଖବର ଆସିଛି, ଯେଉଁଠାରେ ଜଣେ ମା’ ସାମାନ୍ୟ କଥାକୁ ନେଇ ନିଜ ୮ ବର୍ଷର ନିରୀହ ଶିଶୁକୁ ଗଳାକାଟି ହତ୍ୟା କରିଛି। ମା’ ଓ ପୁଅଙ୍କ ସମ୍ପର୍କ ସବୁଠାରୁ ନିଆରା। ମା’ଙ୍କୁ ଭଗବାନର ମାନ୍ୟତା ମିଳିଛି। ମା’ଙ୍କ ସ୍ନେହର ମହିମା ଅସୀମ । କୁହାଯାଏ ଯେ ଜଣେ ମା’ ନିଜ ସନ୍ତାନ ପାଇଁ ଯମରାଜଙ୍କ ସହ ମଧ୍ୟ ଲଢ଼ିପାରନ୍ତି । ଶିଶୁର ଦୀର୍ଘାୟୁ ଓ କଲ୍ୟାଣ ପାଇଁ ସେ ଅନେକ ବ୍ରତ ରଖନ୍ତି। ମା’ର ଋଣ କେହି କେବେ ପରିଶୋଧ କରିପାରିବେ ନାହିଁ।

ଏସବୁ ଭିତରେ ଯେତେବେଳେ ଜଣେ ମା’ ନିଜ ଜନ୍ମକଲା ପୁଅକୁ ହତ୍ୟା କରେ, ସେତେବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗେ। କ୍ରୋଧରେ ମା’ କେବେ ଏପରି କରିପାରିବ ବୋଲି କେହି ଭାବି ନଥିବେ। ଏହି ଶିଶୁ ସହିତ ଯାହା ଘଟିଲା ତାହା ଅନ୍ୟ କାହା ସହିତ ହେବା ଉଚିତ୍ ନୁହେଁ । ଏହି ଖବର ଲେଖିବା ସମୟରେ ମନ ଅଶାନ୍ତ ହୋଇଯାଏ । ଯଦି ଏହି ନିରୀହ ଶିଶୁଟି ବଞ୍ଚି ଯାଇଥାନ୍ତା, ତେବେ ସେ ବୋଧହୁଏ କହିଥାନ୍ତେ- ‘ମା’ ଲୋ ବହି ହଜେଇ ଦେଲି ଆଉ ଡ୍ରେସ୍ ହଜାଇ ଦେଲି ବୋଲି ମତେ ମାରି ଦେଉଥିଲ, ତମେ କଣ ଛୋଟବେଳେ କରିନ…”

ଏହି ଛୋଟ କଥା ପାଇଁ ୮ ବର୍ଷର ପୁଅକୁ ଗଳା କାଟି ହତ୍ୟା କରିଛି ମାଆ। ଖବର ପାଇ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ଶିଶୁଟି ଅସନା ଡ୍ରେସ୍ ପିନ୍ଧି ସ୍କୁଲରୁ ଫେରିବା ପରେ କ୍ରୋଧରେ ମା’ ଏହି ଅପରାଧ କରିଥିବା ତଦନ୍ତରୁ ଜଣାପଡ଼ିଛି। ପୁନମଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

 

Get real time updates directly on you device, subscribe now.