ଦେଢ଼ ବର୍ଷର ଶିଶୁ ଉପରେ ମା’ର ଜୁଲମ୍, ନିର୍ଦ୍ଦୟ ଭାବେ ମାଡ଼ମାରି ଫିଙ୍ଗିଦେଲା; ଦେଖନ୍ତୁ ଛାତିଥରା ଭିଡିଓ

ନୂଆଦିଲ୍ଲୀ: ଗୋଟିଏ ସନ୍ତାନକୁ ତା ମାଆଠାରୁ ଅଧିକ କେହି ବି ଭଲ ପାଆନ୍ତି ନାହିଁ । ହେଲେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଦେଖିଲେ ଉପରୋକ୍ତ କଥାଟି ସମ୍ପୂର୍ଣ୍ଣ ଭୂଲ ବୋଲି ପ୍ରତୀତ ହେଉଛି । ଜଣେ ମାଆ ତାର ଦେଢ଼ ବର୍ଷର ଛୁଆ ଉପରେ ଏପରି ଚୁଲମ୍ କରୁଛି ଯାହାକୁ ଆପଣ ମାନେ ଦେଖିଲେ ନିଶ୍ଚୟ ତାଜୁବ୍ ହୋଇଯିବେ । ଆପଣଙ୍କ ଛାତି ଥରିଉଠିବ । ମଧ୍ୟପ୍ରଦେଶର ଉଜୈନରୁ ଏହି ଭିଡିଓ ସାମନାକୁ ଆସିଛି ।

ଭାଇରାଲ୍ ହେଉଥିବା ଭିଡିଓରେ ମାଆ ତାର ଛୁଆକୁ ନିର୍ଦ୍ଦୟ ଭାବରେ ମାଡ଼ ମାରୁଛି ଓ ଏହାପରେ ସେ ନିଜ ଛୁଆକୁ ବାହାରକୁ ଫିଙ୍ଗି ଦେଉଛି । ଏହି ମାମଲା ଉଜୈନର ବଡ଼ନଗର ତହସିଲର ହୋଇଥିବା କୁହାଯାଇଛି । ଭାଇରାଲ୍ ହେବା ପରେ ଚାଇଲ୍ଡ ଲାଇନ୍ ଏହି ମାମଲାକୁ ଗୁରୁତର ଭାବରେ ନେଇଛି ।

ମିଳିଥିବା ସୂଚନା ମୁତାବକ, ଜାତୀୟ ଚାଇଲ୍ଡ ଲାଇନ୍ ଟୋଲ୍ ଫ୍ରୀ ନମ୍ବର ୧୦୯୮ରେ ଛୁଆକୁ ମାଡ଼ ମରାଯାଇଥିବା ସୂଚନା ମିଳିଥିଲା । ଏଥିରେ କୁହାଯାଇଥିଲା ଯେ, ଉକ୍ତ ଛୁଆର ମାଆ ପ୍ରତିଦିନ ଛୁଆଟିକୁ ନିର୍ଦ୍ଦୟ ଭାବେ ମାଡ଼ ମାରନ୍ତି । ଏହାପରେ ଯାଞ୍ଚ ପାଇଁ ଚାଇଲ୍ଡ୍ ଲାଇନ୍ ଫେବୃଆରୀ ୨୪ ତାରିଖରେ ପହଞ୍ଚିଥିଲେ । ପଡୋଶୀଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ମାମଲାଟି ସତ । ତେବେ ଶିଶୁ ଉପରେ ମାଡ଼ ମରାଯାଉଥିବା ବେଳର ଭିଡିଓ ବି ସାମନାକୁ ଆସିଛି । ବର୍ତ୍ତମାନ ଅଭିଯୁକ୍ତ ମାଆ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।