fbpx

ରାଜନୀତିରେ ଏଣ୍ଟ୍ରୀ କରିବେ ମୋଟିଭେସନାଲ୍ ସ୍ପିକର ଅବଧ ଓଝା, ଏହି ବଡ ଦଳରୁ ମିଳିବ ଟିକେଟ୍‌

ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର ତଥା ଶିକ୍ଷକ ଅବଧ ଓଝା ଆଗାମୀ ଲୋକସଭା ନିର୍ବାଚନ ଜରିଆରେ ରାଜନୀତିରେ ଏଣ୍ଟ୍ରୀ କରିବା ନେଇ ଚର୍ଚ୍ଚା ହେଉଛି । ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର କୌଣସି ଏକ ଆସନରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଗତ କିଛିଦିନ ତଳେ ଅବଧ ଓଝା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ପୂର୍ବ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ ସେ ଚଳିତ ଥର ଲୋକସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେପି ଅବଧ ଓଝାଙ୍କୁ ଉତ୍ତରପ୍ରଦେଶ କେଶରଗଞ୍ଜ ଲୋକସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରେ । ତେବେ କେଶରଗଞ୍ଜରେ ଏବେ ବ୍ରଜଭୂଷଣ ଶରଣ ସିଂହ ସାଂସଦ ଅଛନ୍ତି । ବହୁଥର ଲୋକସଭା ନିର୍ବାଚନ ଜିତି ସାରିଥିବା ବ୍ରଜଭୂଷଣଙ୍କ ଉପରେ କିଛି ମହିଳା କୁସ୍ତି ଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଲଗାଇଛନ୍ତି । ଏହାପରେ ତାଙ୍କ ବିରୁଦ୍ଧରେ ଯାଞ୍ଚ ଜାରି ରହିଛି । ଏ ପର୍ଯ୍ୟନ୍ତ ବ୍ରଜଭୂଷଣଙ୍କୁ ବିଜେପି ଟିକେଟ ଦେଇନାହିଁ ଓ ଆଶା କରାଯାଉଛି କି ଦଳ ଏଥର ତାଙ୍କୁ ଟିକେଟ୍ ଦେବନି । ତାଙ୍କ ସ୍ଥାନରେ ଅବଧ ଓଝାଙ୍କୁ ଟିକେଟ୍ ମିଳିପାରେ । ଓଝାଙ୍କ ଘର ଉତ୍ତରପ୍ରଦେଶର ଗୋଣ୍ଡାରେ ହୋଇଥିବା ବେଳେ ସେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ । ତାଙ୍କ ରିଲ୍ସ ବେଶ୍ ଭାଇରାଲ୍ ହୋଇଥାଏ ।

ଏହା ବ୍ୟତିତ ଓଝାଙ୍କୁ ପ୍ରୟାଗରାଜରୁ ମଧ୍ୟ ଟିକେଟ ମିଳିବା ନେଇ ସମ୍ଭାବନା ରହିଛି । କାରଣ ଏ ପର୍ଯ୍ୟନ୍ତ ସେଠାରେ ସାଂସଦ ଥିବା ରୀତା ବହୁଗୁଣା ଯୋଶୀଙ୍କୁ ଦଳ ଏଥର ଟିକେଟ ଦେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ପ୍ରକୃତ ଘଟଣା ହେଉଛି ପ୍ରୟାଗରାଜରେ ବହୁ ସଂଖ୍ୟାରେ ଛାତ୍ର କୋଚିଂରେ ପଢିବାକୁ ଆସନ୍ତି ଓ ଅବଧ ଓଝା ଜଣେ ଲୋକପ୍ରିୟ ଶିକ୍ଷକ ହୋଇଥିବାରୁ ଦଳକୁ ଏ ଦୃଷ୍ଟିରୁ ବହୁ ଫାଇଦା ମିଳିପାରିବ ।

Get real time updates directly on you device, subscribe now.