fbpx

(Video) ପଞ୍ଜାବରେ କଂଗ୍ରେସକୁ ଆଉ ଏକ ଝଟକା: ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସରଗରମ ମଧ୍ୟରେ ପଞ୍ଜାବରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ଏବଂ ସାଂସଦ ପରନୀତ କୌର ବିଜେପିରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ପଟିଆଲାରୁ ସାଂସଦ ପରନୀତ କୌର ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସହାୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶିଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ପରନୀତ କୌର କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ । ସେ ପଞ୍ଜାବର ଶାହୀ ସିଟଦ ପଟିୟାଲା ରୁ ଚାରି ଥର କଂଗ୍ରେସର ସାଂସଦ ରହିଆସିଛନ୍ତି । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି ଯେ, ମୁଁ ଆଜି ବିଜେପିରେ ସାମିଲ ହେଉଛି । ଗତ ୨୫ ବର୍ଷରୁ ମୁଁ ଲୋକତନ୍ତ୍ର ପାଇଁ କାମ କରିଆସୁଛି । ଆଜି ସମୟ ଆସିଯାଇଛି ଯେ, ଆମ ପିଲାମାନଙ୍କ ଭବିଷ୍ୟତ ଉତ୍ତମ ହେବ ।

Get real time updates directly on you device, subscribe now.