fbpx

ନିଜ ବ୍ୟାଗ୍‌ରେ କ’ଣ ସବୁ ଜିନିଷ ରଖି ବୁଲନ୍ତି ଜୟା କିଶୋରୀ, ନିଜ ମୁହଁରେ କଲେ ଖୁଲାସା

ଓଡ଼ିଶା ଭାସ୍କର: ଜୟା କିଶୋରୀଙ୍କ ନାମ ଦେଶର ପ୍ରସିଦ୍ଧ ପ୍ରବଚକଙ୍କ ମଧ୍ୟରେ ଆସିଥାଏ । ସେ ଜଣେ ପ୍ରସିଦ୍ଧ ମୋଟିଭେସନାଲ ସ୍ପିକର । ଜୟା କିଶୋରୀଙ୍କ ଭଜନ, କଥା ଓ ମୋଟିଭେସନାଲ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ଓ ଲୋକଙ୍କ ଦ୍ୱାରା ଆଦୃତ ବି ହୋଇଥାଏ ।

ଲୋକମାନେ ଜୟା କିଶୋରୀଙ୍କ ଲାଇଫ୍ ବିଷୟରେ ଜାଣିବାକୁ ବେଶ୍ ଉତ୍ସୁକ ଥାଆନ୍ତି । ଏକ ସାକ୍ଷାତକାର ସମୟରେ ଜୟା କିଶୋରୀ କହିଛନ୍ତି କି ସେ ନିଜ ବ୍ୟାଗ୍‌ରେ କ’ଣ କ’ଣ ରଖିଥାନ୍ତି । ସେ କହିଛନ୍ତି ଆପଣମାନେ ଦେଖିଥିବେ କି ମୋ ବ୍ୟାଗ୍ ବହୁତ ବଡ ହୋଇଥାଏ । ଏଥିପାଇଁ ମୋ ବାପା ଏହାକୁ ଝୁଲା କହିଥାନ୍ତି । ସେ କହିଛନ୍ତି ମୋ ବ୍ୟାଗ୍ ଏତେ ବଡ ଏଥିପାଇଁ ହୋଇଥାଏ କି ମୋତେ ମାସ ମାସ ଧରି ବାହାରେ ରହିବାକୁ ପଡିଥାଏ ।

ତେବେ ଏପରି ବହୁ ଜିନିଷ ରହିଛି ଯାହା ମୁଁ ମୋ ବ୍ୟାଗ୍‌ରେ ରଖିଥାଏ । ଭଗବାନଙ୍କ ଫଟୋ ମୁଁ ମୋ ସବୁ ବ୍ୟାଗ୍‌ରେ ରଖିଥାଏ । ଏହି ଫଟୋ କୌଣସି ବି ଦେବତାଙ୍କ ହୋଇପାରେ । ଏହା ସହିତ ମୋ ୱାଲେଟ୍ ବି ବ୍ୟାଗ୍‌ରେ ଥାଏ । କାରଣ ମୁଁ ପ୍ରାୟ ସମୟ ଟ୍ରାଭେଲ୍ କରିଥାଏ । ଏହା ବ୍ୟତିତ ଏକ ପତଳା ପୁସ୍ତକ ବି ମୋ ବ୍ୟାଗ୍‌ରେ ରହିଥାଏ । ଯେତେବେଳେ ସୁଯୋଗ ମିଳିଥାଏ ମୁଁ ତାହା ପଢିଥାଏ । ଏହା ବ୍ୟତିତ ଲାପଟପ୍‌, ଫୋନ୍‌, ରବର ବ୍ୟାଣ୍ଡ, କ୍ଲଚର ବି ବ୍ୟାଗ୍‌ରେ ରହିଥାଏ । କିଛି ମିଣ୍ଟ ବି ସେ ବ୍ୟାଗ୍‌ରେ ରଖିଥାନ୍ତି କାରଣ ସେ ଚୁଇଙ୍ଗମ ଖାଆନ୍ତି ନାହିଁ ।

Get real time updates directly on you device, subscribe now.