ଓଡ଼ିଆରେ ଶିକ୍ଷାଦାନ: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ-IGNOU ମଧ୍ୟରେ MOU

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। IGNOU ମଧ୍ୟରେ MOU ହେବ। ଓଡ଼ିଆରେ ଶିକ୍ଷାଦାନ କରିବା ନେଇ ହେଲା MOU। ଏଥିପାଇଁ ୨ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଖର୍ଚ୍ଚ କରିବ ୨ କୋଟି ୪୫ ଲକ୍ଷ ଟଙ୍କା।

ଏକ ଏଜୁକେସନ କନକ୍ଲେଭରେ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ APAAR ଆଇଡିର ଆବଶ୍ୟକତା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, କୌଣସି ଛାତ୍ର ଯଦି ବାହାରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଏ ତେବେ ସେ ଅନେକ ସାରା ଫାଇଲ ନେବାକୁ ଯାଏ।

ହେଲେ APAAR ଆସିବା ପରେ ଏହି ସମସ୍ତ ଡକ୍ୟୁମେଣ୍ଟକୁ ନିଜ ସହ ନେବାକୁ ପଡିନତାଏ। ସେ ଏକ ପାସୱାର୍ଡ ସାହାଯ୍ୟରେ ନିଜର ସମସ୍ତ ଡକ୍ୟୁମେଣ୍ଟକୁ ନିଜ ସହ ନେଇ ଯାଇପାରିବ।

ଏହା ସ୍କୁଲ ବା କଲେଜ UDISE ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀଙ୍କର ରେଜିଷ୍ଟ୍ରେସନ କରିବ, ଏହାପରେ ଏକ ୧୨ ଅଙ୍କର ଡିଜିଟାଲ ଆଇଡି ତିଆରି କରାଯିବ। ଏହି ଆଇଡି ଡିଜିଟାଲ ଲକର ସହ ଜଡ଼ିତ ରହିବ।

ଅର୍ଥାତ ଯେକୌଣସି ମାର୍କସିଟ୍‌, ପ୍ରମାଣପତ୍ର ବା ସାର୍ଟିଫିକେଟ ହଜିଗଲେ, ଚିନ୍ତା କରିବା ଆବଶ୍ୟକତା ନାହିଁ। ସବୁକିଛି ଆପଣଙ୍କ ମୋବାଇଲ ବା ଲ୍ୟାପଟପରେ ରହିବ।

ଯଦି ଛାତ୍ର ନାବାଳକ ଥିବ, ତେବେ ମାଆ-ବାପାଙ୍କ ସହମତି ଏବଂ ସେମାନଙ୍କର ଡିଜିଲକର ଆକାଉଣ୍ଟ ଲିଙ୍କ କରିବା ଆବଶ୍ୟକ ପଡ଼ିବ। ଏଥିସହ ଯେପରି ଏହା ପୂରଣ ହେବ, ଆପଣଙ୍କ ସମସ୍ତ ଡକ୍ୟୁମେଣ୍ଟ “Issued Documents”ସେକ୍ସନରେ ଦେଖିବାକୁ ମିଳିବ ଏବଂ ବିଲକୁଲ ଅସଲି, ସରକାରୀ ମାନ୍ୟତା ପ୍ରାପ୍ତ ଭାବେ।