fbpx
BSKY SKY
BSKY SKY

ପାରାଦୀପରେ ପ୍ଳାଷ୍ଟିକ୍ ପାର୍କ ପାଇଁ ଚୁକ୍ତି

BSKY

ପାରାଦୀପ,୯ ।୩(ଓଡିଶା ଭାସ୍କର): ପାରାଦୀପ ରେ ଅତ୍ୟାଧୁନିକ ପ୍ଲାଷ୍ଟିକ ପାର୍କ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ଲାଷ୍ଟିକ ପାର୍କ ନେଇ ଇଣ୍ଡିଆନ୍ ଅଏଲ ଓ ଇଡକୋ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ତେବେ ୧୨୦ ଏକର ଜମିରେ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ । ଏଥିପାଇଁ ୧୦୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହେବ, ଯାହାକି ପ୍ଲାଷ୍ଟିକ ଆମାଦାନୀ ହ୍ରାସ କରିବ ଓ ମେକଇନ୍ ଇଣ୍ଡିଆ ପ୍ରୋତ୍ସାହନ ଦେବ । ଓଡିଶାର ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ କରିବ ।

Get real time updates directly on you device, subscribe now.