fbpx

ପୁଣି ଲାଗିବ ଲକଡାଉନ୍! ସମୀକ୍ଷା ବୈଠକ ପରେ ନିଷ୍ପତ୍ତି

ମୁମ୍ବାଇ,୯ ।୩: ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ଏକ ସମୀକ୍ଷା ବୈଠକ କରିପାରନ୍ତି । ମହାମାରୀ ଉପରେ ନିୟନ୍ତ୍ରଣ ପାଇବା ପାଇ ଏହି ବୈଠକରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ରାଜ୍ୟରେ ପୁଣି ଥରେ ଲକ୍ ଡାଉନ୍ ଲାଗୁ ହେବାକୁ ଯାଉଛି ।

ତେବେ ସମଗ୍ର ରାଜ୍ୟରେ ଲକ୍-ଡାଉନ୍ ଜାରି କରିବାକୁ କୌଣସି ଯୋଜନା ପ୍ରସ୍ତୁତ ହୋଇନାହିଁ । ଏହାରି ମଧ୍ୟରେ ମାର୍ଚ୍ଚ ୯ ଠାରୁ ଆଗାମୀ ମାର୍ଚ୍ଚ ୩୧, ୨୦୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ କରାଯାଇଥିବା ୧୬ଟି କୋଭିଡ୍-୧୯ ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି । ଆଗକୁ କୋଭିଡ୍-୧୯ ହଟସ୍ପଟ ସଂଖ୍ୟାରେ ବୃଦ୍ଧି ସହ ସଂକ୍ରମଣ ଅଧିକ ଅଞ୍ଚଳକୁ ବ୍ୟାପିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

ଥାନେ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଥିବା ୧୬ଟି ହଟସ୍ପଟ ଅଞ୍ଚଳରେ ସଂପୂର୍ଣ୍ଣ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ହଟସ୍ପଟ ବାହାର ଅଞ୍ଚଳରେ ନିୟମ ଅନୁଯାୟୀ ସୀମିତ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ବୋଲି ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଜାରି ଏକ ଘୋଷଣାରେ କୁହାଯାଇଛି ।

କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧି ହେତୁ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲା ପ୍ରଶାସନ ସପ୍ତାହର ଶେଷ ଦୁଇଦିନ ତାଲାବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସୋମବାର ଦିନ ଜିଲାରେ କରୋନୋ ଜୀବାଣୁଙ୍କ ସଂଖ୍ୟା ୬୨୬ ରୁ ୧,୨୬,୫୭୦ କୁ ବୃଦ୍ଧି ପାଇଛି। ଏହି ସମୟରେ ୩୮୯ ଜଣ ସୁସ୍ଥ ହୋଇଥିବାବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ଯୋଗୁଁ ଏପର୍ୟ୍ୟନ୍ତ ଜିଲାରେ ୨,୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧,୨୦,୨୦୪ ଜଣଙ୍କୁ ଡିସଚାର୍ଜ କରାଯାଇଛି।

Get real time updates directly on you device, subscribe now.