fbpx

ରାମନବମୀ ଶୋଭାଯାତ୍ରାରେ ପଥର ଫିଙ୍ଗିଥିବା ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲଡୋଜର

Advertisement

ମଧ୍ୟ ପ୍ରଦେଶରେ ଖରଗୋନା ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ହୋଇଥିବା ହିଂସା ପରେ ରାଜ୍ୟ ସରକାର ଆକ୍ସନରେ ଆସିଛନ୍ତି । ଜିଲ୍ଲା ପ୍ରଶାସନ ଖରଗୋନା ଅଞ୍ଚଳରେ ରାମନବମୀ ଶୋଭାଯାତ୍ରା ଉପରେ ପଥେର ମାଡ଼ କରିଥିବା ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ମଡାଇ ଦେଇଛି । ଆଜି ପୋଲିସ ସହରର ସମ୍ବେଦନଶୀଳ ସ୍ଥାନ କୁହାଯାଉଥିବା ଛୋଉଟି ମୋହନ ଟକିଜ ନିକଟରେ ଭାରୀ ପୋଲିସ ମୁତୟନ କରି ଘର ଗୁଡ଼ିକ ଉପରେ ବୋଲଡୋଜର ମଡାଇଦେଇଥିଲା ।

ସେପଟେ ଏହି କାର୍ଯ୍ୟାନୁଷ୍ଠାନକୁ କଂଗେସ ବିରୋଧ କରିଛି । ବରିଷ୍ଠ ନେତା ଦିଗବିଜୟ ସିଂ କହିଛନ୍ତି ଯେ ମାମୁଙ୍କ ବୁଲଡୋଜର ବଳାକ୍ତାରୀ ଏବଂ ବଳାକ୍ତାରୀଙ୍କ ସହଯୋଗୀଙ୍କ ଉପରେ ଚାଲେ ନାହିଁ । କେବଳ ମୁହଁ ଦେଖି ବୁଲଡୋଜର ଚଲାଯାଉଛି ।

ସୂଚନା ଅନୁସାରେ ଗତକାଲି ୧୦ ଏପ୍ରିଲରେ ରାମ ନବମୀ ଅବସରରେ ଶୋଭାଯାତ୍ରା ବାହାରିଥିଲା । ଏହି ଯାତ୍ରା ସମୟରେ କିଛି ଲୋକେ ଭିଡ ଉପରକୁ ପଥର ମାଡ଼ କରିଥିଲେ । ଏହା ପରେ ସମଗ୍ର ଅଞ୍ଚଳରେ ହିଂସା ଆରମ୍ଭ ହୋଇଯାଇଥିଲା । ହିଂସା ସମୟରେ କିଛି ଲୋକେ ପେଟ୍ରୋଲ ବମ୍ ମଧ୍ୟ ନିକ୍ଷେପ କରିଥିଲେ । ଏହି ଘଟଣାରେ ସାଧାରଣ ଜନତାଙ୍କ ସହିତ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ ।

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ କହିଛନ୍ତି ଯେ ଏହି ଶୋଭାଯାତ୍ରାରେ ହିଂସା ସୃଷ୍ଟି କରିଥିବା ଲୋକମାନଙ୍କର ପରିଚୟ ମିଳିସାରିଛି । ଅଭିଯୁକ୍ତମାନଙ୍କୁ କଠୋର ଶାସ୍ତୀ ମିଳିବ । ଏହା ସହିତ ସେ ଏହି ଘଟଣାକୁ ଦୁର୍ଭାଗ୍ୟପୁର୍ଣ୍ଣ ବୋଲି କହିଛନ୍ତି ।

ଏହି ଘଟଣା ବିଷୟରେ ମଧ୍ୟପଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତିି ଯେ ଅଭିଯୁକ୍ତଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବା, ଯାହା ପୁରା ଦେଶେର ଉଦାହରଣ ସୃଷ୍ଟି କରିବ । ବର୍ତ୍ତମାନ ଏହି ଘଟଣାରେ ତଦନ୍ତ ଜାରୀ ରହିଛି । ଯେତେବେଳେ ଅଭିଯୁକ୍ତମାନେ ଧର ପଟେିବେ ସେମାନଙ୍କୁ କଡ଼ା ଲାର୍ଯ୍ୟାନୁଷ୍ଠାନ ନିଆଯିବ ।

 

Get real time updates directly on you device, subscribe now.