fbpx

ଆଜି ହେବ ମଧ୍ୟପ୍ରଦେଶ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ

ଭୋପାଲ: ମଧ୍ୟପ୍ରଦେଶରେ ନିର୍ବାଚନ ଫଳାଫଳ ଆସିବାର ୨୦ ଦିନରୁ ଅଧିକ ସମୟ ବିତିଯାଇଛି କିନ୍ତୁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀମଣ୍ଡଳ ବୈଠକ ଅନୁଷ୍ଠିତ ହୋଇନଥିଲା । ତେବେ ଆଜି ଅପରାହ୍ନ ୩ଟା ୩୦ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ସହ ନୂଆ ଚେହେରାଙ୍କୁ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଏହି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ୨୦ରୁ ଉର୍ଦ୍ଧ୍ୱ ମନ୍ତ୍ରୀ ଶପଥ ଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି ।
ତେବେ ଜାତି ଏବଂ ଅଂଚଳ ଭିତ୍ତିକ ପ୍ରତିନିଧିତ୍ୱକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ କ୍ୟାବିନେଟ ବିସ୍ତାରକୁ ଗୁରୁତ୍ୱ ଦିଆଯିବ । ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ପଛରେ ଓବିସି ପ୍ରତିନିଧିତ୍ୱ ସହ ବିହାର ଏବଂ ୟୁପିରୁ ଅଧିକ ମାତ୍ରାରେ ଯାଦବ ସମୁଦାୟଙ୍କ ଭୋଟର ରାଣନୀତି ସାମିଲ ରହିଛି । ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଭୂମିକାକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.