fbpx

ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଲୋକସଭା ସାଂସଦଙ୍କ ବ୍ୟକ୍ତିଗତ ଫଟୋ

ଓଡିଶା ଭାସ୍କର; ରବିବାର ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଖୁବ ସରଗରମ ହୋଇଛି । ଏହି ଫଟୋଗ୍ରାଫକୁ ନେଇ କ୍ରୀଷ୍ଣାନଗର ସଂସଦୀୟ କ୍ଷେତ୍ରରେ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟୁଇଟର)ରେ ମହୁଆଙ୍କ ଅନେକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋଗୁଡ଼ିକରେ କଂଗ୍ରେସର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ତାଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ତେବେ ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିବା ବେଳେ ସାଂସଦ ମହୁଆ ଭାଇରାଲ ଫଟୋ ଉପରେ କୌଣସି ବିଶେଷ ଧରଣର ଆଶ୍ଚର୍ଯ୍ୟ ପ୍ରକଟ କରିନାହାଁନ୍ତି । ଏହାକୁ ନିଜର ମନୋରଞ୍ଜନ ବୋଲି କହି ଭାଜପା ଉପରେ ଆକ୍ରମଣ କରିଛନ୍ତି ଏବଂ ଏପରି କରୁଥିବା ଲୋକଙ୍କୁ ‘ଭାଜପାର ଟ୍ରୋଲ ସେନା’ ବୋଲି କହି କଟାକ୍ଷ କରିଛନ୍ତି। ମୋର କିଛି ବ୍ୟକ୍ତିଗତ ଫଟୋ ସୋସିଆଲ ମିଡିଆରେ ଭାଜପାର ଟ୍ରୋଲ ସେନା ଦ୍ୱାରା ପ୍ରସାରିତ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି ମହୁଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଅନ୍ୟପଟେ ବିଜେପି ମଧ୍ୟ ସାଂସଦ ମହୁଆଙ୍କୁ ଖୁବ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.