fbpx

ଇଣ୍ଟର କଲେଜ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତିଲା MPC: ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ନୃପେନଙ୍କ ଯୋଗ୍ୟତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କଲେଜରେ ଉଦଯାପିତ ହୋଇଯାଇଛି ଆନ୍ତଃକଲେଜ ଚେସ୍ ଚାମ୍ପିୟନଶିପ୍ । ପିଜି କାଉନଶିଲ୍ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଜିତି ନେଇଛି । ଫାଇନାଲ ମ୍ୟାଚରେ ଏମପିସି ୧୦-୯ ପଏଣ୍ଟରେ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କଲେଜକୁ ପରାସ୍ତ କରିଥିଲା ।

ଏମପିସି ଏହି ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଥିବା ବେଳେ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଅଧିନାୟକ ନୃପେନ ନାୟକ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଜାନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ଯାଉଚି । ନୃପେନ ଏମସିଏ ବିଭାଗର ଛାତ୍ର ହୋଇଥିବା ବେଳେ ଜୁନିୟର ବର୍ଗରେ ଜଣେ ରାଜ୍ୟ ସ୍ତରୀୟ ଚେସ ଖେଳାଳି ରହି ସାରିଛନ୍ତି ।

Get real time updates directly on you device, subscribe now.