fbpx

ଭାରତୀୟ ଯୋଗ ଚିକିତ୍ସକ ସଂଘ ଓଡ଼ିଶା ଶାଖା କୋର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ଯୋଗ ଚିକିତ୍ସକ ସଂଘ ଓଡ଼ିଶା ଶାଖା କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବମିଖାଲ ଜୟଦୁର୍ଗା କଲୋନୀଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ସଂଘର ଅଧ୍ୟକ୍ଷ ଶ୍ରୀ ଗଦାଧର ମହାପାତ୍ର, ସଭାପତି ଶ୍ରୀ ବନମାଳୀ ରଥ, ରାଜ୍ୟ ସମ୍ପାଦକ ଶ୍ରୀ ଆଦିତ୍ୟ କୁମାର ଜେନା, ସହ ସମ୍ପାଦକ ଦ୍ୱୟ ଡାକ୍ତର ଅୟଶକାନ୍ତ ଦାସ ଓ ଶ୍ରୀ ମନୋଜ ମୁଖାର୍ଜୀ, ରାଜ୍ୟ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଅଜିତ ନାୟକ, ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ପତ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆଜିର ବୈଠକରେ ସଂଘର ଓଡ଼ିଶା ଶାଖାର ଏକ ଟ୍ରଷ୍ଟ ରେଜିଷ୍ଟ୍ରେସନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର 30 ଟି ଜିଲ୍ଲାରେ 1500 ଯୋଗ ଥେରାପିଷ୍ଟ ମାନଙ୍କର ନିଯୁକ୍ତ କରାଯାଇଛି ସେମାନଙ୍କ ପାଇଁ ସଙ୍ଘର କାର୍ଯ୍ୟ ବିସ୍ତାର ଓ ପ୍ରଶିକ୍ଷଣ ଶିବିର 100 ଘଣ୍ଟା ର ଯୋଜନା ପ୍ରସ୍ତୁତି କରାଗଲା । ଆଗାମୀ ଦିନରେ ଯୋଗଥେରାପି କୁ ଆଧାର କରି ଏକ ସୁସ୍ଥ , ନିରୋଗ ସମାଜ ଗଠନ କରିବାକୁ ସଂକଳ୍ପ ନିଆଯାଇଥିଲା । ଶେଷରେ ସମ୍ପାଦକ ଶ୍ରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.