୧ ଲକ୍ଷ ଟଙ୍କା ଅତିକ୍ରମ କଲା MRF ର ସେୟାର ମୂଲ୍ୟ: ପ୍ରଥମ ଭାରତୀୟ କମ୍ପାନୀ ଭାବେ କଲା ଏହି ରେକର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ କମ୍ପାନୀ ଭାବେ ଏମ୍‌ଆରଏଫ୍ ସେୟାର ମୂଲ୍ୟ ମଙ୍ଗଳବାର (ଜୁନ୍ ୧୩) ରେ ଏକ ଲକ୍ଷ ଟଙ୍କା ଛୁଇଁଛି । ମଙ୍ଗଳବାର କମ୍ପାନୀର ସେୟାର ମୂଲ୍ୟ ୧ ପ୍ରତିଶତ ବୃଦ୍ଧି ପାଇଥିଲା । ମଙ୍ଗଳବାର ବଜାର ଖୋଲିବା ପରେ କମ୍ପାନୀର ଷ୍ଟକ୍ ୯୯,୫୦୦ ରେ ଖୋଲିଥିଲା, ଯାହା ସୋମବାର ୯୮,୯୩୯.୭୦ ରେ ବନ୍ଦ ହୋଇଥିଲା । ସୋମବାର ସକାଳର କାରବାରରେ ଏକ ପ୍ରତିଶତ ବୃଦ୍ଧି ସହିତ ୫୨ ସପ୍ତାହ ସର୍ବକାଳୀନ ଉଚ୍ଚ ସ୍ତର ୧,୦୦,୩୦୦ କୁ ଛୁଇଁଥିଲା । ଏମ୍‌ଆରଏଫ୍ ଷ୍ଟକ୍ ଗତବର୍ଷ ମଧ୍ୟ ରେକର୍ଡ ୪୬% ବୃଦ୍ଧି ପାଇଥିଲା, ଯେତେବେଳେ କି ସେନ୍‌ସେକ୍ସ ବେଞ୍ଚମାର୍କ ୧୯% ବୃଦ୍ଧି ପାଇଥିଲା ।

ଏମ୍‌ଆରଏଫ୍ ଷ୍ଟକ୍ ଜାନୁଆରୀ ୨୦୨୧ରେ ପ୍ରଥମ ଥର ୯୦ ହଜାର ଉପରେ ରହିଥିଲା ଯାହା ପ୍ରାୟ ଅଡେଇ ବର୍ଷ ପରେ ରେକର୍ଡ ଏକ ଲକ୍ଷ ସ୍ତରକୁ ପାର୍ କରିଛି । ସେହିପରି ୨୦୧୨ରେ ଏମ୍‌ଆରଏଫ୍ ସେୟାର ମୂଲ୍ୟ ୧୦ ହଜାର ଟଙ୍କା ପ୍ରତି ସେୟାର ପାର୍ କରିଥିଲା । ରୋଚକ ବିଷୟ, ଏମଆରଏଫ କେବେବି ବୋନସ ସେୟାର ପ୍ରଦାନ କରିନାହିଁ କିମ୍ବା ଏହାର ସେୟାର ବଢାଇବା ପାଇଁ ଏକ ଷ୍ଟକ୍ ବିଭାଜନ କରିନାହିଁ, ଯଦିଓ ଏହା ଡିଭିଡେଣ୍ଡ ପ୍ରଦାନ କରୁଛି ।

କମ୍ପାନୀ ୩ ମେ ୨୦୨୨-୨୩ରେ ଏହାର ସେୟାର ହୋଲ୍ଡର ମାନଙ୍କୁ ୧୬୯୦ ପ୍ରତିଶତ ଡେଭିଡେଣ୍ଟ ଦେବାକୁ ଘୋଷଣା କରିଥିଲା । ଏମଆରଏଫ ଲିମିଟେଡ କହିଛି ଯେ ଆର୍ଥିକ ବର୍ଷ ୨୦୨୩ ରେ ଏହାର ନିବେଶକଙ୍କୁ ଇକ୍ୱିଟି ସେୟାର ପ୍ରତି ୧୬୯ ଟଙ୍କା ଡିଭିଡେଣ୍ଡ ପ୍ରଦାନ କରିବ । ଏହାପୂର୍ବରୁ, କମ୍ପାନୀ ଇକ୍ୱିଟି ସେୟାର ପିଛା ୩ ଟଙ୍କା ପାଇଁ ଦୁଇଟି ମଧ୍ୟବର୍ତ୍ତୀ ଡିଭିଡେଣ୍ଡ ଦେଇଛି । ଏହିପରି ଭାବରେ, ୨୦୨୩ ଆର୍ôଥକ ବର୍ଷ ପାଇଁ କମ୍ପାନୀ ୧୭୫ ଟଙ୍କା ଅର୍ଥାତ୍ ୧୭୫୦% ପ୍ରତି ଡିଭିଡେଣ୍ଡ ଦେଇଛି ।