fbpx

ନୂଆ ଅବତାରରେ ପ୍ରଶଂସକଙ୍କ ପାଖକୁ ଫେରିଲେ ମାହି: ପ୍ରଥମ ଝଲକରେ ହିଁ କରିଦେଲେ ପାଗଳ

ନୂଆଦିଲ୍ଲୀ: ସିଂହ ପଛକୁ ଫେରିଲେ ଏକ ବଡ ଲମ୍ଫ ଦିଏ । ଏହି ଉକ୍ତିଟି ସବୁ ପ୍ରଶଂସକଙ୍କ ମୁହଁରେ ଥିଲା, ଯେତେବେଳେ ୨୦୨୦ରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ମହେନ୍ଦ୍ର ସିଂହ ଧୋନୀ । ଆଉ ନିଜ ଫ୍ୟାନ୍ସମାନଙ୍କ ଏହି କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ମାହି । ପ୍ରଶଂସକଙ୍କ ପାଖକୁ ଫେରିଛନ୍ତି, କିନ୍ତୁ ଆଉ ଏକ ନୂଆ ଲୁକରେ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚାରେ ଧୋନୀ । ନୂଆ ଅନ୍ଦାଜ ଆଉ ନୂଆ ଲୁକରେ ଫ୍ୟାନ୍ସମାନଙ୍କୁ ମତୁଆଲା କରୁଛନ୍ତି କ୍ୟାପ୍ଟେନ କୁଲ ମାହି । ନିଜ ଗ୍ରାଫିକ ଉପନ୍ୟାସ ଅଥର୍ବ: ଦ ଅରିଜିନର ପ୍ରଥମ ଝଲକରେ ପ୍ରଶଂସକଙ୍କ ମନ କିଣି ନେଇଛନ୍ତି MS । ଲେଖକ ରମେଶ ଥାମିଲାନୀଙ୍କ କାର୍ଯ୍ୟ ଉପରେ ଆଧାରିତ ଏହି ଉପନ୍ୟାସ ଧୋନୀ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ତେବେ ଏହା ଏକ ପୌରାଣିକ ୱେବ ସିରିଜ ବୋଲି କୂହାଯାଉଛି ।
ଏହି ଲୁକରେ ଧୋନୀ ଯୁଦ୍ଧକ୍ଷେତ୍ରରେ ନିଜ ନୂଆ ଅବତାରରେ କିଛି ଦୁଷ୍ଟ ଶକ୍ତି ସହିତ ଲଢୁଥିବାର ନଜର ଆସିଛନ୍ତି । କ୍ରିକେଟରୁ ଅବସର ନେବା ପରେ ମାହି ବିଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ କରୁଥିବା ମନେ ହେଉଛି । ଏହାର ଏକ ଉଦାହରଣ ହେଉଛି ଏହି ୱେବ ସିରିଜ ଅଥର୍ବ । ଧୋନୀଙ୍କ ଧର୍ମପତ୍ନୀ ସାକ୍ଷୀ ସିଂ ଧୋନୀ ଏହି ସିରିଜର ପ୍ରଡ୍ୟୁସର ରହିଥିବା ବେଳେ ଧୋନୀ ଏଣ୍ଟଣଟେନମେଣ୍ଟର ସେ ହେଉଛନ୍ତି ମୁଖ୍ୟ ପରିଚାଳକ । ଏହା ଏକ ରୋମାଞ୍ଚକର ସିରିଜ ହେବ ବୋଲି ସାକ୍ଷୀ ମତ ଦେଇଛନ୍ତି । ଏହି ପୁସ୍ତକଟି ପୌରାଣିକ ବିଜ୍ଞାନ ତଥା ରହସ୍ୟମୟ ଅଘୋରୀର ଯାତ୍ରା ସମ୍ପର୍କରେ ଅନୁସନ୍ଧାନ କରୁଛି । ଯାହା ଏକ ବଡ ପରିବର୍ତ୍ତନ ଆଣିପାରେ ବୋଲି ବିଶ୍ୱାସ ରହିଛି ।
ଏକ ଫିଚର ଫିଲ୍ମ କରିବା ଅପେକ୍ଷା ଏହି ୱେବ ସିରିଜ ଆମର ଉଦ୍ଦେଶ୍ୟକୁ ସଠିକ ଭାବରେ ପ୍ରତିପାଦନ କରି ପାରିବ ବୋଲି ଆଶା ରଖିଛନ୍ତି ସାକ୍ଷୀ । ୨୦୧୯ରେ ମଧ୍ୟ ଧୋନୀ ଏଣ୍ଟରଟେନମେଣ୍ଟ ଦ୍ୱାରା ଡେବ୍ୟୁ ପ୍ରୋଜେକ୍ଟ ଭାବେ ଡକ୍ୟୁ ସିରିଜ ରୋର ଅଫ ଦ ଲାୟନ ଡିସନି ପ୍ଲସ ହଟଷ୍ଟାର ପାଇଁ ପ୍ରସ୍ତୁତ ହୋଇ ସାରିଛି ।

Get real time updates directly on you device, subscribe now.