fbpx

‘ସୁପରହିରୋ’ ଭୂମିକାରେ ନଜର ଆସିବେ M.S Dhoni: ନୂଆ ସିନେମାରେ କରିବେ ଡେବ୍ୟୁ

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଥିବା ନେଇ ସେ ଗତ ଆଇପିଏଲରେ ସୂଚନା ଦେଇଛନ୍ତି । ତେବେ ଏହାପରେ ସେ ଚେନ୍ନାଇ ନଚେତ୍ ଭାରତୀୟ ଦଳର କୋଚ୍ କିମ୍ବା ଅନ୍ୟ କୌଣସି ପ୍ରମୁଖ ଭୂମିକାରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏହାବ୍ୟତୀତ ସେ ଆଉ ଏକ କ୍ଷେତ୍ରରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ସିନେ ଦୁନିଆରେ ମଧ୍ୟ ନିଜ ଅଭିନୟର ଜଲୱା ଦେଖାଇବାକୁ ଯାଉଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ୍ କୁଲ । ଖୁବଶୀଘ୍ର ସେ ଏକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବୋଲି କହିଛନ୍ତି ପତ୍ନୀ ସାକ୍ଷୀ ।

କ୍ୟାପଟେନ କୁଲ ମାହି ସିନେମା ଦୁନିଆରେ ଡେବ୍ୟୁ କରିବା ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ତେବେ ବର୍ତ୍ତମାନ ଏହି ଅପେକ୍ଷା ପୂରଣ ହେବାକୁ ଯାଉଥିବା ମନେ ହେଉଛି । ଧୋନୀଙ୍କ ପତ୍ନୀ ସାକ୍ଷୀ ଏ ନେଇ ଏକପ୍ରକାର ନିଶ୍ଚିତ କରି ଦେଇଛନ୍ତି । ଧୋନୀଙ୍କ ପ୍ରଡକ୍ସନ ବ୍ୟାନରରେ ପ୍ରଥମ ତାମିଲ ଚଳଚ୍ଚିତ୍ର ଏଲଜିଏମ(ଲେଟ୍ସ ଗେଟ୍ ମ୍ୟାରେଡ) ରିଲିଜ ହୋଇସାରିଛି । ତେବେ ଏହାପରେ ଧୋନୀ କୌଣସି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବା ନେଇ ସାକ୍ଷୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସାକ୍ଷୀ କହିଛନ୍ତି ଯେ, ଯଦି କେବେ ସେଭଳି ଭଲ ସିନେମାର ସୁଯୋଗ ମିଳେ, ତେବେ ମାହି ନିଶ୍ଚୟ ଅଭିନୟ କରିବେ । ସେ କେବେ କ୍ୟାମେରାକୁ ଡରନ୍ତି ନାହିଁ । କାରଣ ୨୦୦୬ ମସିହାରୁ ସେ ଅନେକ ବିଜ୍ଞାପନ କରି ଆସୁଛନ୍ତି । ତେଣୁ କ୍ୟାମେରାକୁ ସାମନା କରିବା ତାଙ୍କ ପାଇଁ କଷ୍ଟକର ହେବାନାହିଁ ବୋଲି ସାକ୍ଷୀ କହିଛନ୍ତି ।

ତେବେ ଏହାପରେ ସାକ୍ଷୀ କହିଛନ୍ତି, ଧୋନୀ ସବୁବେଳେ ଆକ୍ସନରେ ଥାଆନ୍ତି । ତେଣୁ ଯଦି କେବେ ଧୋନୀଙ୍କୁ ନେଇ କୌଣସି ସିନେମା ପ୍ରସ୍ତୁତ ହୁଏ, ତେବେ ଏହା ଏକ ଆକ୍ସନ ସିନେମା ହିଁ ହେବ । ତେବେ ଧୋନୀ ରିଅଲ ଲାଇଫରେ ଜଣେ ସୁପର ହିରୋ, ତେଣୁ ତାଙ୍କୁ ଏକ ‘ସୁପରହିରୋ’ ଭୂମିକାରେ ଦେଖିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ରମେଶ ।

Get real time updates directly on you device, subscribe now.