fbpx

MI ବିପକ୍ଷ ମ୍ୟାଚରେ ଇତିହାସ ରଚିବେ MS Dhoni… ସୁରେଶ ରାଇନାଙ୍କ ସ୍ପେଶାଲ କ୍ଲବରେ ଏଣ୍ଟ୍ରି କରିବେ ମାହି

ମୁମ୍ବାଇ: IPL-2024ରେ ଆଜି ଦେଖିବାକୁ ମିଳିବ ଏକ ହାଇ ଭୋଲଟେଜ ମ୍ୟାଚ । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଚେନ୍ନାଇ ଏବଂ ମୁମ୍ବାଇ । ଏହି ମହାମୁକାବିଲା ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି ଉଭୟ ଦଳ । ତେବେ ଏହି ମ୍ୟାଚରେ ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ପାକରେ ରହିଛି ଏକ ବଡ଼ ସୁଯୋଗ । ପୂର୍ବ ସାଥୀ ସୁରେଶ ରାଇନାଙ୍କ କ୍ଲବରେ ଏଣ୍ଟ୍ରି କରିପାରନ୍ତି ମାହି । ତେବେ ଏଥିପାଇଁ ମାତ୍ର ୪ ପାଦ ଦୂରରେ ରହିଛନ୍ତି ଧୋନୀ । ମୁମ୍ବାଇ ବିପକ୍ଷ ମ୍ୟାଚରେ ମାତ୍ର ୪ ରନ୍ କଲେ ମାହି ରାଇନାଙ୍କ ଏହି ସ୍ପେଶାଲ କ୍ଲବରେ ସାମିଲ ହେବା ସହ ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିପାରନ୍ତି ।

ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ପାଇଁ ମୋଟ ୪୯୯୬ ରନ୍ ସଂଗ୍ରହ କରି ସାରିଛନ୍ତି । ତେବେ ଆଉ ମାତ୍ର ୪ ରନ୍ କଲେ ସେ ଚେନ୍ନାଇ ତରଫରୁ ୫୦୦୦ ରନ୍ କରିପାରିବେ । ଏହି ତାଲିକାରେ ଦଳର ପୂର୍ବତନ ଉପ-ଅଧିନାୟକ ସୁରେଶ ରାଇନା ପୂର୍ବରୁ ନିଜ ନାମ ସାମିଲ କରି ସାରିଛନ୍ତି । ଚେନ୍ନାଇ ପକ୍ଷରୁ ଖେଳି ରାଇନା ମୋଟ ୨୦୦ ମ୍ୟାଚରୁ ୫୫୨୯ ରନ୍ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଧୋନୀ ରାଇନାଙ୍କ ଏହି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କରିବାର ସୁଯୋଗ ହାସଲ କରିପାରନ୍ତି । ତେବେ ମାହିଙ୍କ ବ୍ୟତୀତ କୌଣସି ଖେଳାଳି ରାଇନାଙ୍କ ରେକର୍ଡର ନିକଟତର ହୋଇ ପାରିନାହାନ୍ତି ।

ଏହି ତାଲିକାର ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ପୂର୍ବତନ ଚେନ୍ନାଇ ବ୍ୟାଟର ଫାଫ୍ ଡୁ ପ୍ଲେସିସ୍ ତୃତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ପକ୍ଷରୁ ଖେଳି ଡୁପ୍ଲେସିସ ୨୯୩୨ ରନ୍ କରିଥିବା ବେଳେ ମାଇକେଲ୍ ହସି ୨୨୧୩ ରନ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ପୂର୍ବତନ ଓପନର ମୁରଲୀ ବିଜୟ ୨୨୦୫ ରନ୍ ସହ ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ଚଳିତ ଆଇପିଏଲରେ ଧୋନୀ କମ୍ ବ୍ୟାଟିଂ କରିଥିବା ବେଳ ଏହି ମ୍ୟାଚରେ ବ୍ୟାଟିଂ କରି ଏଭଳି ଏକ ରେକର୍ଡ ନିଜ ନାମରେ କରିପାରନ୍ତି ।

Get real time updates directly on you device, subscribe now.