fbpx

‘CSK ପାଇଁ ସବୁ ମ୍ୟାଚ ଖେଳିବେନି MS Dhoni…’ କାହିଁକି ଛାଡ଼ିଲେ ଅଧିନାୟକ ପଦ? କାରଣ କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ପ୍ରଥମ ବିଜୟ ହାସଲ କରିଛି ସିଏସକେ । ଏହା ଭିତରେ ଧୋନୀଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର କ୍ରିସ ଗେଲ୍ । ଏହାସହିତଧୋନୀ କାହିଁକି ଅଧିନାୟକ ପଦ ଛାଡ଼ିଲେ, ସେ ନେଇ ମଧ୍ୟ ପ୍ରକୃତ କାରଣ ମଧ୍ୟ ଜଣାଇଛନ୍ତି । ଧୋନୀ ଚଳିତ ସିଜନର ସମସ୍ତ ମ୍ୟାଚ ଖେଳିବେ ନାହିଁ ବୋଲି ବୟାନ ଦେଇଛନ୍ତି କ୍ରିସ ଗେଲ୍ । ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ହେଉଛି ।

ଚେନ୍ନାଇ-ବେଙ୍ଗଲୁରୁ ମ୍ୟାଚ ସମୟରେ କ୍ରିସ ଗେଲ୍ କହିଛନ୍ତି ଯେ, ‘ଆଇପିଏଲ-୨୦୨୪ରେ ଚେନ୍ନାଇ ପାଇଁ ଧୋନୀ ହୁଏତ ସମସ୍ତ ମ୍ୟାଚ ଖେଳି ନ ପାରନ୍ତି । କିଛିଟା ମ୍ୟାଚରେ ଦଳ ତାଙ୍କୁ ବିଶ୍ରାମ ଦେଇପାରେ । ସେଥିପାଇଁ ଧୋନୀ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ମାହି ଭଲ ପ୍ରଦର୍ଶନ କରିବେ, ଏ ନେଇ ଚିନ୍ତା କରନ୍ତୁ ନାହିଁ ।’ ପ୍ରଥମ ମ୍ୟାଚରେ ଚେନ୍ନାଇ ବେଙ୍ଗଲୁରୁକୁ ଭେଟିଥିଲା । ଏହି ମ୍ୟାଚରେ ଆରସିବିକୁ ୬ ୱିକେଟରେ ପରାସ୍ତ କରି ଚେନ୍ନାଇ ବିଜୟ ଅଭିଯାନ ଆରମ୍ଭ କରିଛି । ତେବେ ଏହି ମ୍ୟାଚରେ ଧୋନୀ ବ୍ୟାଟିଂ କରିବାକୁ ଆସିନଥିବା ବେଳେ ୱିକେଟ କିପିଙ୍ଗ ସମୟରେ ୨ଟି କ୍ୟାଚ ନେବା ସହ ଗୋଟିଏ ରନ୍ ଆଉଟ ମଧ୍ୟ କରିଛନ୍ତି ମାହି ।

ସୂଚନା ଥାଉ କି, ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଧିନାୟକ ପୂର୍ବରୁ ଇସ୍ତପା ଦେଇଥିଲେ । ଏହାପରେ ଋତୁରାଜଙ୍କୁ ନେତୃତ୍ୱ ହସ୍ତାନ୍ତର କରିଛନ୍ତି । ତେବେ ଅଧିନାୟକ ସିଜନର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛନ୍ତି ଋତୁରାଜ ଗାଏକ୍ୱାଡ । ସେପଟେ ଧୋନୀଙ୍କ ଅଧିନାୟକ ପଦ ହସ୍ତାନ୍ତର କରିବା ପରେ ତାଙ୍କ ଅବସର ନେଇ ଆହୁରି ଅଟକଳ ଲଗାଯାଉଛି ।

Get real time updates directly on you device, subscribe now.