fbpx

ଏମଏସ ଧୋନୀଙ୍କ ସୁପରବାଇକ୍ କଲେକ୍ସନ

ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଖରେ ଅନେକ କାର ସହ ବାଇକ କଲେକ୍ସନ ମଧ୍ୟ ରହିଛି । କ୍ରିକେଟ କ୍ୟାରିୟର ଆରମ୍ଭ ଦିନରୁ ଧୋନୀଙ୍କୁ ବାଇକ ଚଲାଇବା ଖୁବ ପସନ୍ଦ । ଧୋନୀଙ୍କ ପାଖରେ ସୁପର ବାଇକ କଲେକ୍ସନ ମଧ୍ୟ ରହିଛି । ଆସନ୍ତୁ ଜାଣିବା ତାଙ୍କର କିଛି ବାଇକ କଲେକ୍ସନ ଉପରେ ।

Kawasaki Ninja ZX-14R

ଏହି ବାଇକରେ ୧,୪୪୧ ସିସି ର ପାୱାରଫୁଲ ଇଞ୍ଜନ ରହିଛି । ଏହାର ଟପ ସ୍ପିଡ ୩୩୫ କିମି ପ୍ରତିଘଣ୍ଟା ରହିଛି । ଏହି ବାଇକର ଦାମ ପ୍ରାୟ ୧୭ ଲକ୍ଷ ଟଙ୍କା ରହିଛି । ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ବାଇକ ଅଟେ । ଜାପାନୀଜ ବାଇକ ନିର୍ମାତା କମ୍ପାନୀ କାୱାସକୀ ଏହି ବାଇକରେ ୧୯୭.୨ ବିଏଚପି ର ପାୱାର ଏବଂ ୧୫୩.୫ ଏନଏମ ଟର୍କ ଜେନେରେଟ କରିଥାଏ ।

Kawasaki Ninja H2

ଏହି ବାଇକ ରେ ୧୦୦୦ ସିସି ଇଞ୍ଜିନ ରହିଛି । ଏହି ବାଇକ କୌଣସି ବି ସୁପରବାଇକକୁ ପଛରେ ପକାଇପାରିବ । ବର୍ତ୍ତମାନ ଏହାର ଦାମ ୮୦ ଲକ୍ଷ ରହିଛି । ଏହି ବାଇକ୍ ୨୩୧ ପିଏସର ପାୱାର ଏବଂ ୧୪୧.୭ ଏନଏମ ଟର୍କ ଜେନେରେଟ ପ୍ରଦାନ କରିଥାଏ । ଏଥିରେ ଡବଲ ଡିସ୍କ ବ୍ରେକ୍, ଟ୍ୟୁବଲେସ ଟାୟାର ଏବଂ ଡୁଆଲ ଚ୍ୟାନେଲ ଏବିଏସ ରହିଛି ।

Harley Davidson FatBoy

ଏହି ବାଇକ ରେ ୧୬୯୦ ସିସି ଏୟାର କୁଲ୍ଡ ଇ୍ଜ ରହିଛି ଯାହା ୫୨୫୦ ଆରପିଏମ ରେ ୭୭.୭୮ ପିଏସ ପାୱାର ଜେନେରେଟ କରିବାରେ ସକ୍ଷମ । ୬ ସ୍ପିଡ ଟ୍ରାନ୍ସମିଶନ ସହ ଏହି ବାଇକର ବର୍ତ୍ତମାନ ପ୍ରାରମ୍ଭିକ  ଦାମ ୨୦.୯୦ ଲକ୍ଷ ରହିଛି ।

Ducati 1098

ପ୍ରାୟ ୧୧୦୦ ସିସି ର ଏହି ବାଇକର ଦାମ ୨୫ରୁ ୩୦ ଲକ୍ଷ ରହିଛି । ଏହା ମଧ୍ୟ ଧୋନୀଙ୍କ ବାଇକ କଲେକ୍ସନର ଶୋଭା ବଢ଼ାଉଛି ।

Get real time updates directly on you device, subscribe now.