fbpx

ମହାଭିଯୋଗ ପ୍ରସ୍ତାବର ସାମ୍ନା କରିପାରନ୍ତି ମୁଇଜ୍ଜୁ, ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ବିରୋଧିଙ୍କ ପ୍ରସ୍ତୁତି ଆରମ୍ଭ

Advertisement

ମାଲେ: ଭାରତ ବିରୋଧି ଅପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ମୁଇଜ୍ଜୁଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣିବାକୁ ବିରୋଧି ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟ ବିରୋଧି ଦଳ ମାଲଡିଭିଆନ୍ ଡେମୋକ୍ରାଟିକ୍ ପାର୍ଟି(ଏମଡିପି) ସାଂସଦଙ୍କ ସମର୍ଥନ ଲୋଡ଼ିବା ପାଇଁ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି । ମାଳଦ୍ୱୀପ ସଂସଦରେ ବିରୋଧି ଦଳଗୁଡ଼ିକର ସଂଖ୍ୟାଗରିଷ୍ଠତା ରହିଥିବା ବେଳେ ମୁଇଜ୍ଜୁ ରାଷ୍ଟ୍ରପତି ପଦରୁ ହଟିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଆଜି ମୁଇଜ୍ଜୁଙ୍କ ପାଇଁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦିନ । ଦୁଇମ ବିରୋଧି ଦଳ ମୁଇଜ୍ଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବର ନୋଟିସ ଦେଇପାରନ୍ତି । ଯଦି ବାଚସ୍ପତି ଏହି ପ୍ରସ୍ତାବକୁ ସ୍ୱିକାର କରନ୍ତି ତେବେ ମହାଭିଯୋଗ ପ୍ରସ୍ତାବ ଆରମ୍ଭ ହେବ ଏବଂ ଭୋଟିଂ ପାଇଁ ୧୪ରୁ ୧୫ ଦିନ ସମୟ ଲାଗିବ ।

Get real time updates directly on you device, subscribe now.