fbpx

୨୦ କୋଟି ନ ଦେଲେ ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ

Advertisement

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ୨୭ ଅକ୍ଟୋବର ଦିନ ଏକ ଇମେଲ୍ ଜରିଆରେ ହତ୍ୟା ଧମକ ମିଳିଛି । ତାଙ୍କ ଠାରୁ ୨୦ କୋଟି ଟଙ୍କା ଦାବୀ ବି କରାଯାଇଛି । ୨୦ କୋଟି ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି କୁହାଯାଇଛି । ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଆଇପିସି ଧାରା ୩୮୭ ଓ ୫୦୬(୨) ଜରିଆରେ ମାମଲା ରୁଜୁ କରାଯାଇଛି ।

ମୁମ୍ବାଇ ପୋଲିସ କହିଛି ୨୭ ଅକ୍ଟୋବରରେ ଶାଦାବ ଖାନ୍ ନାମକ ଜଣେ ବ୍ୟକ୍ତି ଠାରୁ ଏପରି ଧମକ ଆସିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆର ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏପରି ଧମକ ନେଇ ଅଭିଯୋଗ ଦାଖଲ କରାଯାଇଛି ।

ଗତ ବର୍ଷ ମଧ୍ୟ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କୁୁ ଏଭଳି ହତ୍ୟା ଧମକ ମିଳିଥିଲା । ଏହି ଅଭିଯୋଗରେ ମୁମ୍ବାଇ ପୋଲିସ ବିହାରର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦକ୍ଷିଣ ମୁମ୍ବାଇରେ ଥିବା ଅମ୍ବାନୀ ପରିବାରର ଅଟ୍ଟାଳିକା ଆଣ୍ଟିଲିଆ ସହିତ ଏଚଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଉଡାଇ ଦେବାକୁ ଧମକ ଦେଇଥିଲା ।

Get real time updates directly on you device, subscribe now.