fbpx

ନକଭୀ ହେବେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ!

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ତେବେ ୧୧ ତାରିଖରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ । ଅଗଷ୍ଟ ୬ ତାରିଖରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ନିର୍ବାଚନ ହେବ । ଏନେଇ ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରି ସାରିଛନ୍ତି । ଏଥିପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ତାରିଖ ରହିଥିବା ବେଳେ ୨୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ୨୨ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିବସ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ହେବ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ଗତକାଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ମୁଖତାର ଆବାସ ନକଭୀ ଇସ୍ତଫା ଦେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନକଭୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବ ବୋଲି ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇସ୍ତଫା ପତ୍ର ଦେବା ପୂର୍ବରୁ ନକଭୀ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ତେଣୁ ନକଭୀଙ୍କ ନାମକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

୬୪ ବର୍ଷୀୟ ନକଭୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବାର ଅଧିକ ସମ୍ଭାବନା ରହିଥିବା କୁହାଯାଉଛି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ବ୍ୟକ୍ତିକୁ ବାଛିବା ପାଇଁ ଶାସକ ଦଳ ମଧ୍ୟରେ ଆଲୋଚନା ହେଉଥିବା କୁହାଯାଉଛି । ଅନ୍ୟପକ୍ଷରେ ଏହି ପଦ ପାଇଁ ରେସରେ ଅମରିନ୍ଦର ସିଂହ, ଆରିଫ ମହମ୍ମଦ ଖାନ୍ ଓ ନଜମା ହେପତୁଲ୍ଲାଙ୍କ ନାମ ମଧ୍ୟ ରହିଛି ।

Get real time updates directly on you device, subscribe now.