fbpx
BSKY SKY
BSKY SKY

ଏହି ସ୍ଥାନରେ ଆଜିଠାରୁ ଖୋଲିଯିବ ମଲ୍ଟିପ୍ଲେକ୍ସ ସିନେମା ହଲ୍, ଜିମ୍ ଓ ଷ୍ଟାଡିୟମ, ଜାଣନ୍ତୁ ଗାଇଡଲାଇନ୍

BSKY

ଲକ୍ଷ୍ନୌ : କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଅନେକ ସ୍ଥାନରେ ଅନଲକ୍ ଆରମ୍ଭ ହୋଇଛି । ପାଖାପାଖି ୨ ମାସ ପରେ ଉତ୍ତରପ୍ରଦେଶରେ ମଲ୍ଟିପ୍ଲେକ୍ସ ସିନେମା ହଲ୍, ଜିମ୍ ଓ ସ୍ପୋର୍ଟସ ଷ୍ଟାଡିୟମ ଖୋଲିବାକୁ ଯାଉଛି । ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୫ ଜୁଲାଇ ଅର୍ଥାତ୍ ଆଜିଠାରୁ ଏସବୁ ଖୋଲିଯିବ । କିନ୍ତୁ ସେଠାରେ କୋଭିଡ କଟକଣାର ପ୍ରୋଟୋକଲ ପାଳନ କରିବାକୁ ପଡିବ । ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁସାରେ ଗାଇଡଲାଇନ୍ ଜାରି ହୋଇଛି ।

ତେବେ ଗାଇଡଲାଇନ୍ ମୁତାବକ, ସିନେମା ହଲ୍, ମଲ୍ଟିପ୍ଲେକ୍ସ, ଷ୍ଟାଡ଼ିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଅନୁମତି ରହିଛି । ନିୟମ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି । କିନ୍ତୁ ସୁଇମିଂ ପୁଲ ଏବେ ବି ବନ୍ଦ ରହିବ । କଣ୍ଟେନମେଣ୍ଟ ଜୋନକୁ ଛାଡି ଅନ୍ୟ ସ୍ଥାନରେ ଏହି ନିୟମ କୋହଳ କରାଯାଇଛି, ଯାହାକି ଆଜିଠାରୁ ଲାଗୁ ହୋଇଛି । ଏହା ବ୍ୟତିତ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି ।

ଏହା ପୂର୍ବରୁ ୟୁପି ସରକାର ୨୧ ଜୁନରୁ କୋଭିଡ ପ୍ରୋଟୋକଲ ପାଳନ ସହିତ ରେଷ୍ଟୁରାଣ୍ଟ ଓ ମଲକୁ ୫୦ % କ୍ଷମତା ସହ ଖୋଲିବାକୁ ଅନୁମତି ଦେଇସାରିଛନ୍ତି । ଏହା ସହ ପାର୍କ, ଷ୍ଟ୍ରୀଟ ଫୁଡ୍ ଆଦି ଖୋଲିବାକୁ ୨୧ ଜୁନରୁ ଅନୁମତି ମିଳିସାରିଛି ।

Get real time updates directly on you device, subscribe now.