୧୨ ବର୍ଷର ବାଂଲାଦେଶୀ ଝିଅ ସହ ୨୦୦ ଜଣ କଲେ ଦୁଷ୍କର୍ମ, ୩ ମାସ ଧରି ଦେଉଥିଲେ ଯୌନ ନିର୍ଯାତନା, ୧୦ ଗିରଫ

ପୁଣି ଦୁଷ୍କର୍ମ ମାମଲା, ୧୨ ବର୍ଷର ବାଂଲାଦେଶୀ ଝିଅକୁ ୩ ମାସ ଧରି ୨୦୦ ଜଣ ଦୁଷ୍କର୍ମ

ନୂଆଦିଲ୍ଲୀ: ପୁଣି ଏକ ଲୋମଟାଙ୍କୁରା ମାମଲା ସାମ୍ନାକୁ ଆସିଛି। ମୁମ୍ବାଇର ନାଲାସୋପାରା ନିକଟରେ ଥିବା ନାଇଗାଁରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ୍ ଘଟିଛି। ଏହି ରାକେଟର ଖୁଲାସାରେ ଜଣେ ୧୨ ବର୍ଷର ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏହି ପିଲାଟି ବାଂଲାଦେଶର ବୋଲି ଜଣାପଡ଼ିଛି।

ଝିଅଟି ନିଜେ କହିଛି ଯେ, ୩ ମାସରେ ତାଙ୍କ ସହ ୨୦୦ ଜଣରୁ ଅଧିକ ଲୋକେ ଦୁଷ୍କର୍ମ କରିଛନ୍ତି। ୧୨ ବର୍ଷର ଏହି ବାଂଲାଦେଶୀ ଝିଅ ୨୬ ଜୁଲାଇରେ ଉଦ୍ଧାର ହୋଇଛି। ସେକ୍ସ ରାକେଟ ଚଳାଉଥିବା ଲୋକଙ୍କୁ ଗିରଫ କରାଯାଇଛି। ପୋଲିସ ଏହି ମାମଲାରେ ବର୍ତ୍ତମାନ ୧୦ଜଣଙ୍କୁ ଗିରଫ କରିଛି।

ଫେଲ୍ ହେବା ପରେ ଘରୁ ପଳାଇ ଆସିଥିଲେ: ଏହି ପିଲାଟି ସ୍କୁଲରେ ପଢୁଥିଲା। ସେ ଏକ ବିଷୟରେ ଫେଲ୍ ହୋଇଯାଇଥିଲେ। ସେ ନିଜ ବାପା-ମାଆଙ୍କୁ ଡ଼ରି ଯାଇଥିଲେ।

ତାଙ୍କୁ ଲାଗିଥିଲା ଯେ, ତାଙ୍କ ବାପା-ମାଆ ତାଙ୍କୁ ବାଡାଇବେ। ସେ ଘରୁ ପଳାଇଥିଲେ। ଏହି ସମୟରେ ସେ ଯେକୌଣସି ଉପାୟରେ ବାଂଲାଦେଶରୁ ଭାରତକୁ ପଳାଇଆସିଥିଲେ।

ଏଠାରେ କିଛି ଲୋକେ ତାଙ୍କୁ ସାହାଯ୍ୟ କରିବା ନାଁରେ ଦେହ ବେପାରରେ ଲଗାଇଥିଲେ। ମଥାଇ ପୋଲିସ ବର୍ତ୍ତମାନ ସେହି ସମସ୍ତ ୨୦୦ ଜଣଙ୍କୁ ଗିରଫ କରିବା ଦାବି କରିଛି, ଯେଉଁମାନେ ଏହି ନାବାଳିକା ସହ ଦୁଷ୍କର୍ମ କରିଛନ୍ତି।

ପୋଲିସ କମିଶନର ନିକେତ କୌଶିକ କହିଛନ୍ତି ଯେ, ପୋଲିସ ସମସ୍ତ ନେଟୱର୍କକୁ ଯାଞ୍ଚ କରୁଛି। ସେହିପରି ଦୁର୍ବଳ ପିଲା ପାଇଁ ସୁରକ୍ଷିତ ପରିବେଶ ବନାଇବାର କାମ ମଧ୍ୟ କରାଯାଉଛି।

ସେ ଆହୁରି କହିଛନ୍ତି ଯେ, ଏହି ପିଲା ଜଣେ ନୁହେଁ, ଏପରି ଆହୁରି ମିଳିବେ। ପିଲାଙ୍କୁ ଏକା ପାଇ ତାଙ୍କୁ ସାହାଯ୍ୟ କରିବା ନାଁରେ ତାଙ୍କ ସହ ଏପରି ଦୁଷ୍କର୍ମ କରାଯାଉଛି।