fbpx

ବେହରାମ ନଗର ଅଞ୍ଚଳରେ ଭୁଶୁଡ଼ିଲା ୫ ମହଲା କୋଠା, ୬ ଜଣ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମମ୍ବାଇ: ପୁଣି ମମ୍ବାଇରେ ଅଭାବନୀୟ ଘଟଣା । ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି । ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି । ୨ ଜଣ ଭାବା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାସ୍ଥଳରେ ୬ଟି ଆମ୍ବୁଲାନ୍ସ ପହଞ୍ଚିଛି । ତେବେ ଦୁର୍ବଳସ୍ଥିତି ଯୋଗୁ କୋଠାଟି ଭୁଶୁଡ଼ି ପଡ଼ିଥିବା ଅନୁମାନ କରାଯାଉଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି ଓ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ । ନିକଟରେ ମୁମ୍ବାଇରେ ଏକ ବହୁତଳ ପ୍ରାସାଦରେ ଘଟିଥିବା ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ୧୫ ଜଣ ଗୁରୁତର ହୋଇଛନ୍ତି । ମୁମ୍ବାଇର ଭାଟିଆ ହସପିଟାଲ ନିକଟରେ ଥିବା ଉକ୍ତ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିଲା । ତାରାଦେଓ ଏରିଆରି ଥିବା କମଳା ବିଲଡିଂର ଅଷ୍ଟମ ମହଲାରେ ନିଆଁ ଲାଗିଥିଲା ।

Get real time updates directly on you device, subscribe now.