fbpx
BSKY SKY
BSKY SKY

ଆଘାତ କାରଣରୁ IPL ୨୦୨୪ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ସୂତ୍ର

BSKY

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌(IPL)ର ଆଗାମୀ ଅଧ୍ୟାୟରେ ଭାଗ ନେଇ ନ ପାରନ୍ତି । ଗୋଇଠିରେ ଆଘାତ କାରଣରୁ ସେ ଆଗାମୀ ଆଇପିଏଲ୍ ମ୍ୟାଚ୍‌ରୁ ବାଦ୍ ପଡିପାରନ୍ତି । ହାର୍ଦ୍ଦିକ ଗୁଜରାଟ ଟାଇଟାନ ଛାଡି ମୁମ୍ବାଇ ଇଣ୍ଡିଆନରେ ଯୋଗ ଦେବା ପରେ ଏହି ଖବର ଆସିଛି । ଆପିଏଲ୍ ଖେଳାଳୀ ନିଲାମୀ ସମୟରେ ହାର୍ଦ୍ଦିକଙ୍କୁ ଏଥର ମୁମ୍ବାଇ ଇଣ୍ଡିଆନ ମୋଟା ଅଙ୍କରେ କିଣିଛି । ଏକ ବିଶେଷ ସୂତ୍ରରୁ ଜଣାପଡିଛି ହାର୍ଦ୍ଦିକ ଆଫଗାନିସ୍ତାନ ବିରୁଦ୍ଧରେ ଆଗାମୀ ଟି୨୦ ସିରିଜ୍ ବି ମିସ୍ କରିବେ ।

ପୁନେ ଠାରେ ବାଙ୍ଗଲାଦେଶ ବିରୁଦ୍ଧରେ ବିଶ୍ୱକପ୍ ମ୍ୟାଚ୍ ଚାଲିଥିବା ବେଳେ ହାର୍ଦ୍ଦିକ ଗୋଇଠିରେ ଆଘାତ କାରଣରୁ ଖେଳରୁ ବାଦ୍ ପଡିଥିଲେ । ଏହାପରେ ଆରମ୍ଭ ହୋଇଥଇବା ଆଇପିଏଲ୍ ନିଲାମୀରେ ମୁମ୍ବାଇ ଇଣ୍ଡିଆନ କ୍ୟାପଟେନ୍ ରୋହିତ ଶର୍ମାଙ୍କ ବଦଳରେ ତାଙ୍କୁ ଚୟନ କରିଥିଲା । ତେବେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ ଲାଗି ଆଇପିଏଲ୍‌ର ୭ଟି ଅଧ୍ୟାୟ ଖେଳିସାରିଥିବା ବେଳେ ୨୦୨୨ରେ ଗୁଜୁରାଟ ଟାଇଟନରେ ଯୋଗ ଦେଇଥିଲେ । ଏହାପରେ ସେ ପଛକୁ ପଛ ଆଇପିଏଲ୍ ଫାଇନାଲ ଖେଳି ଗୁଜରାଟ ଟାଇଟନକୁ ଟ୍ରଫି ଜିତାଇଥିଲେ ।

ନିକଟରେ ହାର୍ଦ୍ଦିକ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଟୁର୍ ଓ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି ୨୦ରୁ ବି ବଞ୍ଚିତ ହୋଇଥିଲେ । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟ କୁମାର ଭାରତୀୟ ଟିମର ନେତୃତ୍ୱ ନେଇଥିଲେ ଓ ବିଜୟ ହାସଲ କରାଇଥିଲେ । ଅନ୍ୟପକ୍ଷରେ ଟି୨୦ ସିରିଜ୍ ଡ୍ର ହୋଇଯାଇଥିଲା ।

ହାର୍ଦ୍ଦିକ ବାଦ୍ ପଡିବା ପରେ ଏବେ ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତ ଶର୍ମା, ଡେୱାଲ୍ଡ ବ୍ରେଭିସ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ଏନ୍ ତିଲକ ବର୍ମା, ଟିମ୍ ଡାଭିଡ୍‌, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, ଶାମସ୍ ମୁଲାନୀ, ନେହାଲ ୱାଧେରା, ଯଶପ୍ରୀତ ବୁମରାହ, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମାଧୱାଲ, ଜାସନ ବେହେରେନ୍‌ଡ୍ରଫ, ରୋମାରିଓ ସେଫାର୍ଡ ରହିଛନ୍ତି ।

Get real time updates directly on you device, subscribe now.