fbpx

ବିଶ୍ୱର ସବୁଠାରୁ ଷ୍ଟ୍ରଙ୍ଗ୍ କଫି ପ୍ୟାକେଟରେ ଚେତାବନୀ…

ନୂଆଦିଲ୍ଲୀ: ସାଧାରଣତଃ କଫି ଏବଂ ଚାହା ପ୍ରୋମୀଙ୍କ ମଧ୍ୟରେ ବିତର୍କ ହୁଏ ଯେ କେଉଁଟା ପିଇବା ଅଧିକ ଉପଯୋଗୀ । ଉଭୟ କଫି ଏବଂ ଚାହା ପ୍ରୋମୀ ନିଜ ନିଜ ମତ ଉପସ୍ଥାପନ କରିଥାନ୍ତି । ତେବେ ଚାହା ଅପେକ୍ଷା କଫିରେ ଅଧିକ ମାତ୍ରାରେ କାଫେନ୍ ରହିଛି ଯାହା କଫିକୁ ଅଧିକ ଷ୍ଟ୍ରଙ୍ଗ୍ କରିଥାଏ । ସେଥିପାଇଁ କଫି ପିଇବା ପରେ ଶରୀରକୁ ଶକ୍ତି ମିଳିଥାଏ । ଫଳରେ ନୀଦ ଏବଂ ଥକାପଣ ଗାୟବ ହୋଇଯାଏ । ସାଧାରଣତଃ ସିଗାରେଟ୍ ପ୍ୟାକେଟ ଉପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚେତାବନୀ ଦେଖିବାକୁ ମିଳିଥାଏ । କିନ୍ତୁ ଏହି କଫିର ପ୍ୟାକେଟରେ ବି ସେହିପରି କିଛି ଚେତାବନୀ ସହ କାଫେନର ମାତ୍ରା ବିଷୟରେ ଲେଖା ହୋଇଛି ।

ଦୁୁନିଆରେ ବିଭିନ୍ନ ପ୍ରକାର କଫି ରହିଥିବା ବେଳେ ବାୟୋହାଜାର୍ଡ଼ କଫି(Biohazard Coffee)କୁ ସବୁଠାରୁ ଷ୍ଟ୍ରଙ୍ଗ୍ କଫି ଭାବେ ମାନ୍ୟତା ମିଳିଛି । ବାୟୋହାଜାର୍ଡ଼ କଫିର ୧୨ ଆଉନ୍ସ(ଛୋଟ କାଗଜ କପ ମାତ୍ରା)ରେ ୯୨୮ ମିଲିଗ୍ରାମ କାଫେନ ରହିଛି । ଡାକ୍ତରଙ୍କ ଅନୁଯାୟୀ ଦୈନିକ ୪୦୦ ଗ୍ରାମରୁ ଉଦ୍ଧେ୍ୱର୍ କାଫେନ୍ ଯୁକ୍ତ ପେୟ ସେବନ କରିବା କଥା । ବାୟୋହାଜାର୍ଡ଼ କଫି ପ୍ୟାକେଟରେ ଲେଖା ହୋଇଛି- ଅଧିକ ମାତ୍ରାରେ କାଫେନ୍ ନେବା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ହାର୍ଟ ଆଟାକ୍ ହେବାର ସମ୍ଭାବନା ମଧ୍ୟ ରହିଛି । ଅପରପକ୍ଷରେ ଏହି କଫି କମ୍ପାନୀର ସହ ପ୍ରତିଷ୍ଠାତା ୟୋନାଟନ୍ ପିନ୍‌ହାସୋଭଙ୍କ କହିବାନୁଯାୟୀ ଏହି କଫି ମାଧ୍ୟମରେ ଲୋକମାନଙ୍କୁ ସେହି ଶକ୍ତି ଦେବାକୁ ଚାହୁଁଛନ୍ତି ଯାହା ସାଧାରଣ କଫିରେ ଉପଲବ୍ଧ ନଥାଏ । ଏହି କଫି ପିଇବା ଦ୍ୱାରା ନୀଦ ଆସେ ନାହିଁ ।

Get real time updates directly on you device, subscribe now.