fbpx
BSKY SKY
BSKY SKY

ବର୍ଣ୍ଣ ଭେଦଭାବ ମାମଲା: ସିଙ୍ଗାପୁରରେ ଭାରତୀୟଙ୍କୁ ଗାଡ଼ିରେ ବସାଇବାକୁ ମନାକଲେ କ୍ୟାବ ଡ୍ରାଇଭର

BSKY

ନୂଆଦିଲ୍ଲୀ: ସିଙ୍ଗାପୁରରେ ବିଗତ କିଛି ଦିନ ହେବ ଭାରତୀୟମାନଙ୍କୁ ଜାତିଗତ ଏବଂ ବର୍ଣ୍ଣଗତ ଭେଦଭାବର ସାମ୍ନା କରିବାକୁ ପଡ଼ୁଛି । ତେବେ ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏକ କ୍ୟାବ ଡ୍ରାଇଭର ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣ ବୈଷମ୍ୟ ଟିପ୍ପଣୀ କରିଥିବା ଏବଂ ତାଙ୍କୁ ଭାରତ ଫେରିଯିବାକୁ କହିଥିଲେ । ତେବେ ବର୍ତ୍ତମାନ ରାଇଡ଼-ହେଲିଙ୍ଗ କମ୍ପାନୀ ଏହି ଘଟଣାର ତଦନ୍ତ ଚଳାଇଛି । ତେବେ ଏ ନେଇ ଏକ ସ୍କ୍ରୀନସଟ ମଧ୍ୟ ପୋଷ୍ଟ କରିଥିଲେ ।

ସୂଚନା ଅନୁଯାୟୀ,ବ୍ୟକ୍ତି ଜଣଙ୍କ ପାଖରେ ରାସ୍ତା କାମ ଚାଲିଥିବା କାରଣରୁ ପିକଅପ ପଏଣ୍ଟ ନିକଟକୁ ଯାଇପାରି ନଥିଲେ । ତେବେ ସେହି ସମୟରେ କ୍ୟାବ ଡ୍ରାଇଭର ତାଙ୍କୁ ଅପେକ୍ଷା ନକରିବାକୁ କହିଥିଲେ । ତେବେ ବ୍ୟକ୍ତିଜଣଙ୍କ ଡ୍ରାଇଭରଙ୍କୁ ତାଙ୍କ ତରଫରୁ କ୍ୟାନ୍ସେଲ କରିବାକୁ କହିଥିଲେ । ତେବେ ଏହାର ଜବାବରେ ଡ୍ରାଇଭର ବ୍ୟକ୍ତିଜଣଙ୍କୁ ସେ ଭାରତୀୟ କି ନାହିଁ ବୋଲି ପଚାରିଥିଲେ । ଏହା ପରେ ଡ୍ରାଇଭର ତାଙ୍କୁ ‘ଭାରତ ଫେରିଯାଅ’ ବୋଲି କହିଥିଲେ ।

ତେବେ ୧୦ ବର୍ଷ ସିଙ୍ଗାପୁରରେ ରହିବା ଏବଂ କାର୍ଯ୍ୟ କରିବା ପରେ ଯାତ୍ରୀଜଣଙ୍କ ଏହାକୁ ଘୋର ବର୍ଣ୍ଣଭେଦଭାବ ବୋଲି କହି ନିନ୍ଦା କରିଥିଲେ । ଏପରି କ୍ଷେତ୍ରରେ ଯାତ୍ରୀଙ୍କର ଅଭିଯୋଗ ପରେ ରାଇଡ଼-ହେଲିଙ୍ଗ କମ୍ପାନୀ ଘଟଣାର ଯାଞ୍ଚ କରୁଛି ।

ଗଣମାଧ୍ୟମରେ ନିଜର ବିବୃତି ରଖି ଯାତ୍ରୀ ଜଣଙ୍କ କହିଥିଲେ ଯେ- “ଏତେ ବର୍ଷ ସିଙ୍ଗାପୁର ରହିବା ଭିତରେ ଏହା ମୋ’ର ସବୁଠାରୁ ଖରାପ ଅନୁଭୁତି । ମୁଁ ଏପର୍ଯ୍ୟନ୍ତ ଏହା ବୁଝି ମଧ୍ୟ ପାରୁନାହିଁ ଯେ ମୋ’ ସହ ଏପରି କାହିଁକି ହେଲା । ତେବେ ଏହି ଘଟଣା ପରେ ଅନେକ ଲୋକ ମତେ ସାନ୍ତ୍ୱନା ଦେଲେ ମଧ୍ୟ ମୋ’ର ଦୁଃଖ କମ ହେଉନାହିଁ ।”

ଅନ୍ୟପକ୍ଷରେ ରାଇଡ଼-ହେଲିଙ୍ଗ କମ୍ପାନୀର ପ୍ରବକ୍ତା ହି ଘଟଣାକୁ ନେଇ ନିଜର ଖେଦ ପ୍ରକାଶ କରି କହିଛନ୍ତି ଯେ- “କମ୍ପାନୀ ଡ୍ରାଇଭରମାନଙ୍କ ଠାରୁ ସମସ୍ତ ଯାତ୍ରୀଙ୍କ ପ୍ରତିି ନିଷ୍ପକ୍ଷ ରହି କୌଣସି ପ୍ରକାର ଭେଦଭାବ ପ୍ରଦର୍ଶନ କରିବାର ଆଶା ରଖିଥାଏ । କିନ୍ତୁ ଏପରି ଏକ ଘଟଣା ଘଟିବା ସମ୍ପୂର୍ଣ୍ଣ ରୂପେ ଦୁର୍ଭାଗ୍ୟଜନକ ଏବଂ ଆମେ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ ।”

ବିଗତ କିଛି ଦିନ ମଧ୍ୟରେ ସିଙ୍ଗାପୁରରେ ଭାରତୀୟମାନଙ୍କ ପ୍ରତି ବର୍ଣ୍ଣ ଭେଦଭାବ ବେଶ ବଢ଼ିଯାଇଛି । ତେବେ ଅନେକ ଥର ଏପରି ମଧ୍ୟ ହୋଇଛି ସେମାନଙ୍କୁ ଟ୍ୟାକ୍ସିରେ ମଧ୍ୟ ବସିବାକୁ ଦିଆଯାଇନାହିଁ । ବସ ଷ୍ଟାଣ୍ଡରେ ମଧ୍ୟ ‘ଇଣ୍ଡିଆନ ଗୋ ବ୍ୟାକ ହୋମ'(ଭାରତୀୟ ଘରକୁ ଫେରି ଯାଅ) ସ୍ଲୋଗାନ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.