fbpx

ମୈନେ ପ୍ୟାର କିୟା ପୋଷ୍ଟର ଶୁଟିଂ ସମୟରେ ଗର୍ଭବତୀ ଥିଲେ ଭାଗ୍ୟଶ୍ରୀ

ମୁମ୍ବାଇ: ୯୦ ଦଶକର ବଲିଉଡ଼ ଅଭିନେତ୍ରୀ ଭାଗ୍ୟଶ୍ରୀ ‘ମୈନେ ପ୍ୟାର କିୟା’ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସୂରଜ ବରଜାତ୍ୟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରାତାରାତି ଭାଗ୍ୟଶ୍ରୀଙ୍କ ଭାଗ୍ୟ ବଦଳେଇ ଦେଇଥିଲା । ଏହା ପରେ ତାଙ୍କ ପାଖରେ ଫଲ୍ମର ଲମ୍ବା ଲାଇନ୍ ଲାଗିଥିଲା । କିନ୍ତୁ ସମସ୍ତ ଅଫରକୁ ପଛରେ ପକାଇ ଭାଗ୍ୟଶ୍ରୀ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମୈନେ ପ୍ୟାର କିୟା ଫିଲ୍ମ ଶୁଟି ସମୟରେ ଭାଗ୍ୟଶ୍ରୀ ହିମାଳୟ ଦାସନୀଙ୍କୁ ଡେଟ୍ କରୁଥିଲେ ଏବଂ ଫିଲ୍ମ ରିଲିଜ ହେବା ପରେ ଦୁହେଁ ବିବାହ କରିଥିଲେ ।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି,‘ଫିଲ୍ମର ପୋଷ୍ଟର ପାଇଁ ଯେତେବେଳେ ପ୍ରସିଦ୍ଧ ଫଟୋଗ୍ରାଫର ମୋର ଫଟୋଶୁଟ୍ କରିଥିଲେ ସେତେବେଳେ ମୁଁ ୫ ମାସର ଗର୍ଭବତୀ ଥିଲି । ଏହି କଥା କେହି ଜାଣିନଥିଲେ । ମୋର ମନେ ଅଛି ସଲମାନ ଖାନ କହିଥିଲେ ମୁଁ ବିବାହ ପରେ ବହୁତ ମୋଟା ହୋଇଯାଇଛି ।’
ଏହା ବ୍ୟତୀତ ଭାଗ୍ୟଶ୍ରୀ କହିଥିଲେ ଯେ ବିବାହ ଏବଂ ସନ୍ତାନ ଜନ୍ମ ପରେ ଅଭିନୟ ପ୍ରତି ତାଙ୍କର ବିଶେଷ ଆଗ୍ରହ ନଥିଲା । ପିଲାମାନଙ୍କ ଲାଳନ ପାଳନ କରିବା ତାଙ୍କ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ ଥିଲା ।

Get real time updates directly on you device, subscribe now.