fbpx

ଦୁଇଟି ବିଜୟ ପରେ ପୁଣି ହାରିଲା ମୁମ୍ବାଇ: ଫେଲ ମାରିଲା ଇଶାନଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ଫାଇଫର

ମୁମ୍ବାଇ: କୋଲକାତା ବିପକ୍ଷ ମ୍ୟାଚରେ ପୁଣି ଏକ ପରାଜୟର ସାମନା କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନ ଏବଂ ଗୁଜୁରାଟକୁ ହରାଇବା ପରେ ଦଳ ଲୟକୁ ଫେରିଥିବା କୁହାଯାଉଥିଲା । କିନ୍ତୁ ପୁଣି ଥରେ ଏହାକୁ ଭୁଲ ପ୍ରମାଣିତ କରିଛି ରୋହିତ ସେନା । କୋଲକାତା ବିପକ୍ଷରେ ମାତ୍ର ୧୧୩ ରନରେ ସମସ୍ତ ଖେଳାଳି ପାଭିଲିୟନ ଫେରି ଯାଇଛନ୍ତି । ଫଳରେ ଏହି ମ୍ୟାଚକୁ ୫୨ ରନରେ ବିଜୟ ହାସଲ କରିଛି କୋଲକାତା ।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରୋହିତ ଏବଂ ଇଶାନ କିଶାନଙ୍କ ଯୋଡି ବେଶୀ ସମୟ ତିଷ୍ଠି ପାରିନଥିଲା । ପ୍ରଥମ ଓଭରରେ ହିଁ ଅଧିନାୟକ ୨ ରନ କରି ଆଉଟ ହୋଇଥିଲେ । ଏହାରେ ତିଲକ ବର୍ମା ଶସ୍ତାରେ ଆଉଟ ହୋଇଥିଲେ । ରମନଦୀପ ସିଂହ ଏବଂ ଟିମ ଡାଭିଡ ମଧ୍ୟ ଦଳକୁ ମଜବୁତତ ଦେବାରେ ଇଶାନ କିଶାନଭ୍କୁ ସାଥ ଦେଇ ପାରି ନଥିଲେ । ଫଳରେ ଏକ ବଡ ଭାଗିଦାରୀ କରିବାରେ ବିଫଳ ହୋଇଛି ମୁମ୍ବାଇ । ତେବେ ଗୋଟିଏ ପଟେ ଇଶାନ କିଶାନ ଲଢୁଥିବା ବେଳେ ୫୧ ରନ କରି ୧୫ତମ ଓଭରରେ ପ୍ୟାଟ କମିନ୍ସଙ୍କ ଶିକାର ହୋଇଥିଲେ । ତାଙ୍କର ଏହି ପାଳିରେ ଗୋଟିଏ ଛକା ଏବଂ ୫ଟି ଚୌକା ସାମିଲ ଥିଲା ତେବେ ତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ଫେଲ ମାରିଛନ୍ତି । ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିବା ବେଳେ ୩ ଜଣ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ଫଳରେ ମୁମ୍ବାଇ ମାତ୍ର ୧୧୩ ରେ ସମସ୍ତ ୱିକେଟ ହରାଇ ମ୍ୟାଚକୁ ହାତଛଡା କରିଛି ।

କୋଲକାତା ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ପ୍ୟାଟ କମିନ୍ସ । ୪ ଓଭରରେ ୨୨ ରନ କରି ସେ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ୨.୩ ଓଭରରେ ୨୨ ରନ ଖର୍ଚ୍ଚ କରି ୨ଟି ୱିକେଟ ନିଜ ନାମରେ କରିଛନ୍ତି ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ତେବେ ବରୁଣ ଚକ୍ରବର୍ତ୍ତୀ ଏବଂ ଟିମ ସାଉଦୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିବା ବେଳେ ସୁନୀଲ ନାରାୟଣ ଏବଂ ଭେଙ୍କଟେଶ ଆୟର ଶୂନ୍ୟହସ୍ତ ରହିଛନ୍ତି ।

Get real time updates directly on you device, subscribe now.