ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁରବେଢା ପଞ୍ଚାୟତ ଅଧିନସ୍ତ ମୁଣିଗା ଡିହି ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଖବର ପାଇ ରାଇଘର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ବଳ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝା ସୁଝା ସହ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଭୋଟ ଦେବାକୁ ଯାଇଥିବା ଜଣାଯାଇଛି । ପ୍ରକାଶ ଥାଉ କି ଉପସ୍ଥାନ କମ୍ ଥିବାରୁ ସେଠାରେ ଥିବା ପ୍ରାଥମିକ ସ୍କୁଲ୍ ବନ୍ଦ କରି ଦିଆଯାଇଥିଲା ତେଣୁ ସ୍କୁଲ୍ ନାହିଁ ତ ଭୋଟ ନାହିଁ କହି ଗ୍ରାମ ବାସି ଭୋଟ ବର୍ଜନ ପାଈ ନିଷ୍ପତି ନେଇ ଥିବା ଜଣା ଯାଇଛି।