fbpx

କଳାହାଣ୍ଡିର ଏକ ହତ୍ୟା ମାମଲାର ପର୍ଦ୍ଦାଫାସ କଲା ଛତିଶଗଡ଼ ପୋଲିସ

Advertisement

କଳାହାଣ୍ଡି, ୧୬ା୨(ଓଡ଼ିଶା ଭାସ୍କର): କଳାହାଣ୍ଡିର ଏକ ହତ୍ୟା ମାମଲାର ଆଜି ପର୍ଦ୍ଦାଫାସ କରିଛି ଛତିଶଗଡ଼ ପୋଲିସ । ଲଛିପୁର ଗାଁର ତର୍ପ ସୁନାନୀଙ୍କ ହତ୍ୟା ମାମଲାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ହେଉଛନ୍ତି ବାପ ଓ ପୁଅ ବଳଦେବ ଓ ଭଗତ ସୁନାନୀ । ଉଭୟଙ୍କୁ ଗିରଫ କରିଛି ଛତିଶଗଡ଼ ଗରିଆବନ୍ଧ ପୋଲିସ । ବାପା ପୁଅ ମିଶି ତର୍ପଙ୍କୁ ହତ୍ୟା କରି ଛତିଶଗଡ଼ ସୀମାନ୍ତରେ ତାଙ୍କର ମୃତଦେହକୁ ଫଙ୍ଗି ଦେଇଥିଲେ । ଜାନୁଆରି ୧୦ରେ ଠିର୍ଲିଗୁଡ଼ାର ତର୍ପ ସୁନାନୀଙ୍କ ମୃତଦେହ ମିଳିଥିଲା । ଘରଡ଼ିହ ପାଇଁ ତର୍ପଙ୍କୁ ସାନଭାଇ ଓ ତାଙ୍କ ପୁତୁରା ହତ୍ୟା କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.