fbpx
BSKY
BJD MC SKY
BJD MS SKY

ତୃତୀୟ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ତିଆରି କରିବେ ଶଙ୍କର ମହାଦେବନଙ୍କ ସହିତ ଦେଶର ଏହି ସୁନାମଧନ୍ୟ ବ୍ୟକ୍ତି, NCERT ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆର ଏକ ସୁପ୍ରସିଦ୍ଧ ଚେହେରା ହେଉଛନ୍ତି ଶଙ୍କର ମହାଦେବନ । ଏବେ ଏହି ସଙ୍ଗୀତଜ୍ଞଙ୍କ ଉପରେ ଏନସିଇଆରଟି NCERT ଏକ ବଡ ଦାୟିତ୍ୱ ନ୍ୟସ୍ତ କରିଛି । ଏବେ ଶଙ୍କର ମହାଦେବନ ପିଲାଙ୍କ ଲାଗି ସିଲାବସ୍ ପ୍ରସ୍ତୁତ କରିବେ । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନସିଇଆରଟି) ଏବେ ଶଙ୍କର ମହାଦେବନଙ୍କ ସହିତ ଦେଶର ସୁନାମଧନ୍ୟ ବ୍ୟକ୍ତିଙ୍କୁ ତୃତୀୟ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସିଲାବସ୍ ତିଆରି କରିବାର ଦାୟିତ୍ୱ ପ୍ରଦାନ କରିଛି । ଏନସିଇଆରଟି ଶ୍ରେଣୀ ୩ରୁ ୧୨ ପର୍ଯ୍ୟନ୍ତ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ଓ ଶିକ୍ଷଣ ସାମଗ୍ରୀକୁ ଅନ୍ତିମ ରୂପ ଦେବା ଲାଗି ଶଙ୍କର ମହାଦେବନଙ୍କ ସହିତ ଲେଖିକା ତଥା ଇନଫୋସିସ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧା ମୂର୍ତ୍ତି, ଅର୍ଥଶାସ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ ନେଇ ଏକ କମିଟି ଗଠନ କରିଛି ।

ଏନସିଇଆରଟି ସୂଚନା ଅନୁସାରେ ୧୯ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପାଠ୍ୟକ୍ରମ ଓ ଶିକ୍ଷଣ ଶିକ୍ଷଣ ସାମଗ୍ରୀ ସମିତି (ଏନଏସଟିସି) ର ଅଧ୍ୟକ୍ଷତା କରିବେ ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ସଂସ୍ଥାନର ଚାନସେଲର ଏମସି ପନ୍ଥ । ଏହି କମିଟି ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନର ଏକ ଅଂଶ ଭାବରେ କସ୍ତୁରୀ ରଙ୍ଗନ ନେତୃତ୍ୱରେ ପରିଚାଳିତ ସଞ୍ଚାଳନ ସମିତି ଜରିଆରେ ପ୍ରସ୍ତୁତ କରାଯାଇଥିବା ସ୍କୁଲ ଶିକ୍ଷା ଲାଗି ରାଷ୍ଟ୍ରୀୟ ପାଠ୍ୟଚର୍ଚ୍ଚାର ରୂପରେଖ ସହିତ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଲାଗି କାର୍ଯ୍ୟ କରିବ । ଏହି ପ୍ରସ୍ତାବକୁ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିକଟରେ ଉପସ୍ଥାପନ କରାଯାଇଛି । ଏପ୍ରିଲରେ ଏହି ରୂପରେଖ ସଂପର୍କିତ ଯୋଜନାକୁ ସାର୍ବଜନୀନ କରାଯିବ ।

Get real time updates directly on you device, subscribe now.