fbpx

ମୁସଲିମଙ୍କୁ ମିଳିଲା ଆଉ ଏକ ଅଧିକାର: ଏଣିକି ହିନ୍ଦୁଙ୍କ ଭଳି ସେମାନଙ୍କୁ ମଧ୍ୟ ଏହି କାମ ପାଇଁ ମିଳିବ ଅନୁମତି

Advertisement

ନୂଆଦିଲ୍ଲୀ: ଜଣେ ମୁସଲିମ ଆରୋପୀଙ୍କ ପକ୍ଷରେ କୋର୍ଟ ରାୟ ଶୁଣାଇ କହିଛନ୍ତି ଏକ ବଡ ନିଷ୍ପତ୍ତି । ଏଣିକି ଆଉ ଏକ କାମ ପାଇଁ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଳୀର ପଟିଆଲା ହାଉସ କୋର୍ଟ ଏ ନେଇ ଏକ ରାୟ ଶୁଣାଇଛନ୍ତି । ଜାତି ଧର୍ମକୁ ଆଧାର କରି କୌଣସି ବ୍ୟକ୍ତିଙ୍କୁ ଏବେ ଶିଶୁଗ୍ରହଣ କରିବାରୁ ରୋକାଯାଇ ପାରିବ ନାହିଁ । ଅପରାଧିକ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ଏକ ଶିଶୁକୁ ଗ୍ରହଣ କରିବା ପାଇଁ କୋର୍ଟରେ ପାରୋଲ ପାଇଁ ଅପିଲ କରିଥିଲେ । କିନ୍ତୁ ଇସଲାମ ଧର୍ମରେ ଏପରି କୌଣସି ବ୍ୟବସ୍ଥା ନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାକୁ ବିରୋଧ କରିଛି । ଏହି ମାମଲାର ଶୁଣାଣି କରି କୋର୍ଟ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ପଟିଆଲ ହାଉସ କୋର୍ଟର ବିଚାରପତି ଧର୍ମେନ୍ଦ୍ର ରାଣାଙ୍କ କୋର୍ଟ ଜେଲ ଅଧୀକ୍ଷକ ଅଭିଯୁକ୍ତକୁ କାର୍ଯ୍ୟାଳୟକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଦସ୍ତଖତ କରିବାକୁ ପଡିବ । ତେବେ ପୂର୍ବରୁ ତିବା ନିୟମ ଅନୁସାରେ ଇସଲାମ ଧର୍ମର ଜଣେ ବ୍ୟକ୍ତି ସନ୍ତାନ ଗ୍ରହଣ କରି ପାରିବ ନାହିଁ । କିନ୍ତୁ ଏବେ ସେହି ନିୟମରେ ପରିବର୍ତ୍ତନ ଆସିଛି । ସନ୍ତାନ ଗ୍ରହଣ କରିବା ପାଇଁ ସମସ୍ତ ଧର୍ମକୁ ସମାନ ଅଧିକାର ଦେଇଛନ୍ତି ପଟିଆଲା ହାଉସ କୋର୍ଟ ।

Get real time updates directly on you device, subscribe now.