fbpx

ମହିଳା ଉଦ୍ୟୋଗୀମାନଙ୍କ ପାଇଁ ‘ମାଇଁ ଷ୍ଟାର୍ଟଅପ୍ ସିଜନ୍ ୪.୦’

Advertisement

ଭୁବନେଶ୍ୱର: ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମାଇଁ ଷ୍ଟାର୍ଟଅପ୍ ସିଜନ ୪ ସହିତ ଫେରିଛି । ସିଜନ୍ ୪ର ଅନ୍ୟତମ ହାଇଲାଇଟ୍ ହେଉଛି ଯେ, ସମସ୍ତ ଅଂଶଗ୍ରହଣକାରୀମାନେ ଗୁଗଲ୍ର ୱମେନ୍ୱିଲ୍ ପ୍ରୋଗ୍ରାମ ପାଇଁ ପହଂଚିପାରିବେ । ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍ କ୍ୟାମ୍ପେନ୍ ସଫଳତାର ସହ ୩ଟି ସିଜନର ପରିଚାଳନା କରିବା ସହ ଭାରତୀୟ ଗୃହିଣୀମାନଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ପାଣ୍ଠି ଓ ଦକ୍ଷତା ବିକାଶ ପ୍ରଦାନ କରିଛି ।

ଏହା ଏକ ବ୍ୟବସାୟିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ ଯାହା କିଭଳି ଏକ ଆଗ୍ରହକୁ ବ୍ୟବସାୟରେ ପରିଣତ କରିବା, ଏକ ଉଦ୍ୟୋଗକୁ ପରିଚାଳନା କରିବା ଓ ଅଭିବୃଦ୍ଧି ପାଇଁ ଏହାକୁ ପ୍ରୋତ୍ସାହିତ କରିବା ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାଏ । ଶିକ୍ଷା ଯାତ୍ରା ଶେଷ କରିଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଏକ ସାର୍ଟିଫିକେଟ୍ ସହ ସମ୍ମାନିତ କରାଯିବ । ଏହି ପଦକ୍ଷେପ ୧୦ ଜଣ ମନୋନିତ ଗୃହିଣୀଙ୍କୁ ସେମାନଙ୍କର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିବା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ ।

ସିଜନ ୨ରେ ଏନଏସଡିସି ସହ ଏକ ସହଭାଗିତା ଏହି କ୍ୟାମ୍ପେନକୁ ୧୦,୦୦୦ ଗୃହିଣୀଙ୍କୁ ମୌଳିକ ଯୋଗାଯୋଗ ଦକ୍ଷତା, ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) ପାଇଁ ପହଂଚ ମାଧ୍ୟମରେ ଆର୍ଥିକ ସ୍ୱାକ୍ଷରତା ସମେତ ସାମାଜିକ ଓ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ପାଇଁ କ୍ଷୁଦ୍ର ଉଦ୍ୟୋଗୀ ଦକ୍ଷତା ପ୍ରଦାନ କରିବାରେ ସାହାଯ୍ୟ କରିଥିଲା । ଏହାର ସିଜନ୍ ୩ରେ ବ୍ରିଟାନିଆ ମ୍ୟାରି ଗୋଲ୍ଡ ମାଇଁ ଷ୍ଟାର୍ଟ-ଅପ୍ କ୍ୟାମ୍ପେନ୍ ଗୃହିଣୀମାନଙ୍କୁ ନିଜ ବ୍ୟବସାୟ ବୃଦ୍ଧି କରିବା ପାଇଁ ଇଂଟରନେଟର ବ୍ୟବହାର କରିବାରେ ସାହାଯ୍ୟ କରିବା ପାଇଁ ଏହାର ଅଫରିଙ୍ଗଗୁଡିକୁ ବିସ୍ତାର କରିଥିଲା ।

Get real time updates directly on you device, subscribe now.