‘ମୋ କାହାଣୀ ଶେଷ…’, ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବାଂଲାଦେଶ ଦଳକୁ ବଡ଼ ଝଟକା, ସନ୍ୟାସ ଘୋଷଣା କଲେ ଏହି ଷ୍ଟାର ଖେଳାଳି
ICC ଚମ୍ପିଆନ୍ସ ଟ୍ରଫି ୨୦୨୫ ପୂର୍ବରୁ ସନ୍ୟାସ ଘୋଷଣା କଲେ ବାଲାଂଦେଶ ଷ୍ଟାର ଖେଳାଳି । ସୋସିଆଲ ମିଡିଆରେ ଶେୟାର କଲେ ଭାବୁକ ପୋଷ୍ଟ ।
ନୁଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୯ରୁ ଆରମ୍ଭ ହେବ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ । ଏହା ପୂର୍ବରୁ ବାଂଲାଦେଶ ଟିମକୁ ଲାଗିଛି ବଡ଼ ଝଟକା ।
ସନ୍ୟାସ ଘୋଷଣା କରିଛନ୍ତି ଷ୍ଟାର ଖେଳାଳି ତଥା ପୂର୍ବତନ ଅଧିନାୟକ ତମିମ୍ ଇକବାଲ ।
ICC ଚମ୍ପିଆନ୍ସ ଟ୍ରଫ ପାଇଁ ଖେଳାଳିଙ୍କ ମନରେ ବେଶ୍ ଉତ୍ସାହ ଦେଖା ଦେଇଛି । ଏଥିରେ ବିଭିନ୍ନ ଦେଶ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଖେଳାଳି ଉତ୍ତମ ପ୍ରଦର୍ଶନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।
ଶେୟାର କଲେ ପୋଷ୍ଟ: ୩୫ ବର୍ଷୀୟ ତମିମ୍ ଇକବାଲ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରେଇ ଅଛି ଏବଂ ଏହି ବ୍ୟବଧାନ ଶେଷ ହେବ ନାହିଁ ।
ଅନ୍ତର୍ଜାତୀୟ କ୍ରିକେଟରୁ ମୋ କାହାଣୀ ଶେଷ ହୋଇଯାଇଛି । ମୁଁ ଦୀର୍ଘ ଦିନରୁ ଏ ବିଷୟରେ ଚିନ୍ତା କରୁଥିଲି ।
ଚମ୍ପିଆନ୍ସ ଟ୍ରଫି ବିଷୟରେ କହିବାକୁ ଗଲେ ମୁଁ ଚାହୁଁନି କି ମୋ ପାଇଁ ଦଳର ଧ୍ୟାନ ବିଭ୍ରାନ୍ତ ହେଉ । ଏଥିପାଇଁ ମୁଁ ଜାତୀୟ ଚୁକ୍ତିରୁ ଓହରି ଯାଇଥିଲି ।’
ସେ ଆହୁରି ମଧ୍ୟ କହିଛନ୍ତି କି ପ୍ରତ୍ୟେକ କ୍ରିକେଟରକୁ ନିଜ ଭବିଷ୍ୟ ସ୍ଥିର କରିବାର ଅଧିକାର ଅଛି । ବର୍ତ୍ତମାନ ମୋତେ ଲାଗୁଛି ସେହି ସମୟ ଆସିଯାଇଛି ।
ବୁଝାଇଥିଲେ ଅଧିନାୟକ: ବର୍ତ୍ତମାନର ବାଂଲାଦେଶ ଦଳର ଅଧିନାୟକ ନଜମୁଲ ହୁସୈନ ମୋ ପ୍ରତ୍ୟାବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ।
ମୁଁ ସିଲେକ୍ସନ ପ୍ୟାନେଲ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲି ।
ସେମାନେ ଏବେବି ମୋ ଭିତରେ ସେହି କ୍ଷମତା ଦେଖିଥିବାରୁ ମୁଁ ସେମାନଙ୍କ କୃତଜ୍ଞ । କିନ୍ତୁ ମୁଁ ମୋ ହୃଦୟର କଥା ଶୁଣିଲି ।