fbpx

ମୋ ସ୍ତ୍ରୀ ମୋ’ ସହ ଭଲ Game ଖେଳିଛନ୍ତି… ପତ୍ନୀ ହସିନଙ୍କୁ ଅର୍ଜୁନ ପୁରସ୍କାର ପଠାଇଲେ ମହମ୍ମଦ ଶାମୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ ରେ ଦମଦାର ବୋଲିଂ ପାଇଁ ଶାମୀଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । କିନ୍ତୁ ଅର୍ଜୁନ ପୁରସ୍କାର ପାଇବା ପରେ ସେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅର୍ଜୁନ ଆୱାର୍ଡକୁ ସେ ତାଙ୍କ ପୂର୍ବତନ ପତ୍ନୀ ହସିନ ଜହାଁଙ୍କୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି । ଏହି ପୁରସ୍କାର ପଠାଇଦେବା ସହିତ ଏକ ବଡ଼ ବୟାନ ଦେଇଛନ୍ତି କ୍ରିକେଟର ମହମ୍ମଦ ଶାମୀ । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ପୁଣି ସରଗରମ ହୋଇପଡ଼ିଛି ।

୨୦୨୩ ମସିହା ପାଇଁ ୨୬ ଜଣ ଆଥଲେଟ ଏବଂ ପାରା-ଆଥଲେଟଙ୍କୁ ବିଭିନ୍ନ କ୍ରୀଡ଼ାରେ ଦମଦାର ପ୍ରଦର୍ଶନ ଯୋଗୁଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିରେ ୫୮ତମ କ୍ରିକେଟର ଭାବରେ ମହମ୍ମଦ ଶାମୀଙ୍କୁ ମିଳିଛି ରାଷ୍ଟ୍ରୀୟ ପୁରସ୍କାର । କିନ୍ତୁ ଏବେ ଏହି ପୁରସ୍କାର ସେ ତାଙ୍କ ପୂର୍ବତନ ପତ୍ନୀଙ୍କୁ ପଠାଇ ଦେଇଥିବା ଜାଣିବାକୁ ସୋସିଆଲ ମିଡିଆରୁ ମିଳିଛି । ଏହାପରେ ସେ କହିଛନ୍ତି ଯେ, “ଅର୍ଜୁନ ପୁରସ୍କାରର ପ୍ରକୃତ ଅଧିକାରୀ ହେଉଛନ୍ତି ମୋ ପତ୍ନୀ ହସିନ । ସେ ମୋ ସହ ବହୁତ ଭଲ ଗେମ୍ ଖେଳିଛନ୍ତି । ତେଣୁ ଏହି ପୁରସ୍କାର ସେ ପାଇବା ଉଚିତ୍ । ମୋ ନାଁରେ ମିଛି ଅଭିଯୋଗ ଏବଂ ନିନ୍ଦା କରି ସେ ଖୁବ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ତେଣୁ ଏହି ଅର୍ଜୁନ ପୁରସ୍କାର ମୁଁ ତାଙ୍କ ପାଖକୁ ପଠାଇ ଦେଉଛି ।” ଏଭଳି କହି ଶାମୀ ଅର୍ଜୁନ ପୁରସ୍କାର ହସିନ ଜହାଁଙ୍କ ପାଖକୁ ପଠାଇ ଦେଇଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ଘଟଣାର ସତ୍ୟତା ଖୋଜିବା ପରେ କିଛି ଅଲଗା ପରିଣାମ ଜାଣିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଏବଂ ପୋଷ୍ଟ ସମ୍ପୂର୍ଣ୍ଣ ମିଛ ଏବଂ ଶାମୀ ଅର୍ଜୁନ ପୁରସ୍କାର କାହାକୁ ଦେଇ ନଥିବା ଜଣାଯାଇଛି । କେହି ବ୍ୟକ୍ତି ଏଭଳି ଏକ ଫଟୋ ଏଡିଟ କରି ସୋସିଆଲ ମିଡିଆରେ ମିଛ ଗୁଜବ ଭାଇରାଲ କରୁଥିବା ସ୍ପଷ୍ଟ ହୋଇଛି । ଏହି ଫଟୋରେ ପ୍ରକୃତରେ କୌଣସି ସତ୍ୟତା ନାହିଁ । ତେବେ ଫଟୋ ପୋଷ୍ଟ ହେବାର କିଛି ମୁହୂର୍ତ୍ତ ମଧ୍ୟରେ ଏହା ଖୁବ ଭାଇରାଲ ହୋଇଥିଲା । ଅନେକ କ୍ରିକେଟପ୍ରେମୀ ଏହାକୁ ପସନ୍ଦ କରିଥିଲେ ଏବଂ ଭିନ୍ନ ଭିନ୍ନ କମେଣ୍ଟ କରିଥିବା ଦେଖାଯାଇଛି ।

Get real time updates directly on you device, subscribe now.