fbpx

ଚିଡ଼ିଆଖାନା ବାହାରେ ବୁଲୁଥିଲା ରହସ୍ୟମୟ ଜୀବ! କ୍ୟାମେରାରେ କଏଦ ହେଲା ଫଟୋ

Advertisement

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରହସ୍ୟମୟ ଘଟଣା ଘଟିବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ଏହିଠାରେ ହିଁ ଏଲିୟନଙ୍କ ଅସ୍ଥିତ୍ୱ ନେଇ ଖବର ଆସୁଛି । ଏଠାରେ ପ୍ରତିଦିନ ଅଜବ ବସ୍ତୁ କିମ୍ବା ଜୀବ ବିଷୟରେ ଅନେକ ରିପୋର୍ଟ ଆସୁଛି ଲୋକମାନେ ମଧ୍ୟ ଏହି କଥାକୁ ଦାବି କରିଆସୁଛନ୍ତି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଟେକ୍ସାସରେ ଏକ ଚିଡ଼ିଆଘର ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋକୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ୟୁଜର୍ସ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି । କାରଣ ଚିଡ଼ିଆଖାନା କ୍ୟାମେରାରେ କଏଦ ହୋଇଛି ଏକ ରହସ୍ୟମୟ ଜୀବ । ଟେକ୍ସାସର ଦ ସିଟି ଅଫ୍ ଅମରିଲୋ ଦ୍ୱାରା ଜାରି କରାଯାଇଥିବା ଏକ ଫଟୋରେ ଏକ ରହସ୍ୟମୟୀ ଜୀବର ଫଟୋ ରହିଛି, ଯାହା ଚିଡିଆଘରରେ ବୁଲୁଥିଲା । ଅବଶ୍ୟ ଫଟୋ ଏତେ ସ୍ପଷ୍ଟ ଭାବରେ ଜଣା ପଡ଼ୁନାହିଁ କିନ୍ତୁ ଏହାର ଦୁଇଟି ଗୋଟ ଏବଂ ମୁନିଆ କାନ ଥିଲା ।

ତେବେ କିଛି ଲୋକ ଏହାକୁ ଏଲିୟନ କହୁଥିବା ବେଳେ କିଛି ଲୋକ ଏହାକୁ ଏହାକୁ ଛୁପକାବରା (ଏକ ପୌରାଣିକ ପ୍ରାଣୀ, ଯାହା ଆମେରିକୀୟ ଲୋକକଥାର ଅଂଶ ଅଟେ) ବୋଲି କହୁଛନ୍ତି । ଏହା ସାଧାରଣତଃ ହିଂସକ ଏବଂ ପିଶାଚବାଦ ସହ ଜଡ଼ିତ । ଏହି ଜନ୍ତୁ ଛେଳି ଏବଂ ଛୋଟ ଜୀବଜନ୍ତୁଙ୍କୁ ଶିକାର କରିଥାଏ । ଅବଶ୍ୟ ଫଟୋରେ ଥିବା ଏହି ପ୍ରାଣୀ ଏଲିୟନ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଫଟୋର ପ୍ରକୃତ ରେଜୋଲ୍ୟୁସନ କାରଣରୁ ସ୍ପଷ୍ଟ ଭାବରେ ଜଣା ପଡ଼ିବାରେ ଅସୁବିଧା ହେଉଛି । ସେପଟେ ଚିଡ଼ିଆଖାନାର ଅଧିକାରୀ କହିଛନ୍ତି ଚିଡ଼ିଆଖାନାରେ କେହିବି ଜବରଦସ୍ତି ପଶିନାହାଁନ୍ତି ଏବଂ ସବୁ ସୁରକ୍ଷା କ୍ୟାମେରା ମଧ୍ୟ ଠିକ୍ କାମ କରୁଛି ।

Get real time updates directly on you device, subscribe now.