fbpx

(Video) ସାଥୀକୁ ଝୁରୁଛି ସାଥୀ: ନେଉଳ ଆକ୍ରମଣରେ ଆଖି ବୁଜିଲା ନାଗୁଣୀ, ହୃଦୟ ଫଟାଇ ଝୁରୁଛି ନାଗ

Advertisement

ନୂଆଦିଲ୍ଲୀ: ସାପ-ନେଉଳକୁ ନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଭିଡିଓ ସବୁ ଭାଇରାଲ୍ ହୋଇଥାଏ । ତେବେ ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ଗୋଟିଏ ନାଗୁଣୀର ମୃତ୍ୟୁ ପରେ ତାକୁ ଝୁରୁଛି ନାଗ । ଅନେକ ସମୟରେ ଏଭଳି ଦୃଶ୍ୟ ଫିଲ୍ମରେ ଦେଖିବାକୁ ମିଳିଥାଏ । ମାତ୍ର ଏବେ ରିଅଲ ଲାଇଫରେ ଏହି କାହାଣୀ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନେଉଳ ଆକ୍ରମଣରେ ଗୋଟିଏ ନାଗୁଣୀର ମୃତ୍ୟୁ ଘଟିଥିଲା । ନାଗୁଣୀର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲା ନାଗ । ନାଗଟି ନାଗୁଣୀକୁ ଝୁରିଝୁରି ମୃତଦେହ ନିକଟରେ ଜଗି ରହିଥିଲା । ଏହାପରେ ଏହି ଦୃଶ୍ୟକୁ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା । ଉତ୍ତରପ୍ରଦେଶର ବନ୍ଦାୟୁଁ ଜିଲ୍ଲା ବିଲସୀ ଥାନା ଅଞ୍ଚଳର ନଗଲା ଡବ୍ଲ୍ୟୁ ଗ୍ରାମରେ ଏହି ଘଟଣା ଦେଖିବାକୁ ମିଳିଛି ।

ଗ୍ରାମବାସୀଙ୍କ ମତରେ, ଉକ୍ତ ଅଞ୍ଚଳରେ କାହିଁ କେତେ ବର୍ଷରୁ ନାଗ-ନାଗୁଣୀ ଯୋଡ଼ି ରହୁଥିଲେ । ଏହି ଯୋଡ଼ି କାହାର କିଛି କ୍ଷତି ସାଧନ କରୁନଥିଲେ । ଦୁଇଦିନ ତଳେ ଏହି ଯୋଡ଼ିଙ୍କ ପଛରେ ଏକ ନେଉଳ ପଡ଼ିଥିଲା । ନେଉଳଟି ନାଗକୁ ଏକୁଟିଆ ଦେଖିଲେ ହମଲା କରୁଥିଲା । ମାତ୍ର ନାଗୁଣୀ ନାଗର ରକ୍ଷା କବଚ ସାଜୁଥିଲା । ହଠାତ୍ ନେଉଳଟି ନାଗୁଣୀ ଉପରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ନାଗୁଣୀର ମୃତ୍ୟୁ ପରେ ଅଥୟ ହୋଇ ଉଠିଥିଲା ନାଗ । ସେ ନିଜର ଫଣାକୁ ମାଟିରେ ଆଘାତ କରି ନିଜକୁ ନିଜେ ଲହୁଲୁହାଣ କରିଥିଲା । ଏହି ଦୃଶ୍ୟ ଦେଖି ଦେଖଣାହାରୀମାନେ ସ୍ତମ୍ଭିତ ହୋଇ ରହିଯାଇଥିଲେ ।

Get real time updates directly on you device, subscribe now.